ଆପଣଙ୍କ ପ୍ରିୟ ଷ୍ଟାର ଆୟୁଷ୍ମାନ କେମିତି ହୋଇଛନ୍ତି ଚନ୍ଦାପଣର ଶିକାର, ଏହି ସମସ୍ୟା ପାଇଁ ସେ କଣ କରୁଛନ୍ତି ଦେଖନ୍ତୁ ଟ୍ରେଲର

ବଲିଉଡର ସବୁଠାରୁ ଟ୍ୟାଲେଣ୍ଟେଡ୍ ଆକ୍ଟରଙ୍କ ଲିଷ୍ଟରେ ସାମିଲ ଥିବା ଅଭିନେତା ଆୟୁଷ୍ମାନ ଖୁରାନା ପୁଣି ଥରେ ଜବରଦସ୍ତ ଧମାକା କରିଛନ୍ତି। ନିକଟରେ ତାଙ୍କର ଆଗାମି ଫିଲ୍ମ ‘ବାଲା’ର ଟ୍ରେଲର ରିଲିଜ୍ ହୋଇଛି। ରିଲିଜ୍ ହେବାର ମାତ୍ର କିଛି ସମୟ ଭିତରେ ଲକ୍ଷରୁ ଅଧିକ ଦର୍ଶକ ଦେଖିସାରିଲେଣି। ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନା କେଶ ଝଡିବା ସମସ୍ୟାରେ ବହୁତ ଚିନ୍ତିତ ଥିବା ଦେଖିବାକୁ ମିଳୁଛି। ତାଙ୍କର ଏହି ଗମ୍ଭୀର ସମସ୍ୟାକୁ ନେଇ ଯେଉଁ ଭଳି ଭାବେ କମେଡି ରଖାଯାଇଛି, ତାକୁ ଦେଖି ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି।

Ayushmann Khurranaଟ୍ରେଲରରେ ଆୟୁଷ୍ମାନ ନିଜର ଚନ୍ଦାପଣ ପାଇଁ ବହୁତ ଚିନ୍ତାରେ ଅଛନ୍ତି ଏବଂ କେଶକୁ ପୁର୍ନବାର ଆଣିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। କିନ୍ତୁ ଜଟିଳରୁ ଜଟିଳ ଉପାୟକୁ ଆପଣେଇବା ଦ୍ୱାରା ମଧ୍ୟ ତାଙ୍କ ସମସ୍ୟାର ସମାଧାନ ହେଉନାହିଁ। କେବଳ ଘରୋଇ ଉପକରଣ ନୁହେଁ ଆୟୁଷ୍ମାନ ହେୟାର ଟ୍ରାନ୍ସପ୍ଲାଣ୍ଟ ମଧ୍ୟ କରୁଛନ୍ତି କିନ୍ତୁ ସେଥିରେ ବି ସେ ନିରାଶ ହେଉଛନ୍ତି। ପରିଶେଷରେ ତାଙ୍କର କାମ କେଉଁ ଉପାୟ ସାହାଯ୍ୟରେ ହେଉଛି ତାହା ଆପଣ ଟ୍ରେଲରରେ ନିଜେ ଦେଖିପାରିବେ।

ଏହାସହ ପଢନ୍ତୁ : ବୟସକୁ ପାଦରେ ଆଡେଇ ଆଜି ବି ଯୁବା ଦେଖାଯାଉଛନ୍ତି ରେଖା, ଅନେକ ଅଭିନେତ୍ରୀଙ୍କୁ ଦେଉଛନ୍ତି ଟକ୍କର

ଏହି ଫିଲ୍ମରେ ଆୟୁଷ୍ମାନଙ୍କ ସହିତ ଭୂମି ପେଡନେକର, ୟାମି ଗୋତମ, ସିମା ଭାର୍ଗବ, ଅଭିନେତା ସୌରଭ ଶୁକ୍ଳା ଏବଂ ମନୋଜ ପହଓ୍ଵା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।। ଏହି ଫିଲ୍ମ ୭ ନଭେମ୍ବର ୨୦୧୯ରେ ସିନେମାହଲରେ ରିଲିଜ୍ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.