ନିଜ ଫେଭରାଇଟ୍‌ ଚାଟ୍‌କୁ ରଖନ୍ତୁ ସବୁଠୁ ଉପରେ, ଜାଣନ୍ତୁ Whatsapp ର ପିନ୍‌ ଫିଚର ବିଷୟରେ

ହ୍ଵାଟ୍ସଆପ୍‌ ନିଜ ୟୁଜର୍ସଙ୍କ ପାଇଁ ସବୁବେଳେ କିଛି ନା କିଛି ନୂଆ ଫିଚର ନେଇ ଆସିଥାଏ। ଯାହା ଆମକୁ ଚାଟିଂ କରିବା ବେଳେ ବେଶ୍‌ ସାହାଯ୍ୟ କରିଥାଏ। ସେଭଳି ଏକ ଦରକାରୀ ଫିଚର ହେଉଛି ହ୍ଵାଟ୍ସଆପ୍‌ ପିନ୍‌। ବେଳେବେଳେ ଆମେ ବହୁତ ଲୋକଙ୍କୁ ମେସେଜ୍‌ କରିବା ଭିତରେ ଇମ୍ପୋଟାଣ୍ଟ କନ୍‌ଟାକ୍ଟ ତଳକୁ ଚାଲିଯାଏ। ଫଳରେ ତାଙ୍କୁ ମେସେଜ୍‌ କରିବା ପାଇଁ ଆମକୁ ବହୁତ ସ୍କ୍ରଲ୍‌ କରିବାକୁ ପଡ଼ିଥାଏ। ୟୁଜରଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ହ୍ଵାଟ୍ସଆପ୍‌ ଆଣିଛି ପିନ୍‌ ଫିଚର। ଏହି ଫିଚର ସାହାଯ୍ୟରେ ଆପଣ ଜରୁରୀ କଣ୍ଟାକ୍ଟକୁ ଉପରକୁ ଆଣିପାରିବେ। ତେବେ ଆସନ୍ତୁ ଜାଣିବା କୌଣସି କଣ୍ଟାକ୍ଟକୁ ପିନ୍‌ କରିବେ କେମିତି…

whatsapp

କୌଣସି କଣ୍ଟାକ୍ଟକୁ ପିନ୍‌ କରିବା ପାଇଁ ଆପଣଙ୍କ ଚାଟ୍‌କୁ ଟ୍ୟାପ୍‌ କରି ହୋଲ୍ଡ କରନ୍ତୁ। ଏହା ପରେ ସବୁଠାରୁ ଉପରେ ଦେଖାଉଥିବା ପିନ୍‌ ଆଇକନ୍‌କୁ ସିଲେକ୍ଟ କରନ୍ତୁ। ଆପଣ ପଛରେ ଚାହିଁଲେ ଏହି ପିନ୍‌କୁ ଅନ୍‌ପିନ୍‌ ବି କରିପାରିବେ। ଏଥିପାଇଁ ଉକ୍ତ ଚାଟ୍‌ ଉପରେ ଟ୍ୟାପ୍‌ ଆଣ୍ଡ ହୋଲ୍ଡ କରି ପିନ୍‌ ବଟନ୍‌କୁ ଡିଜେବଲ କରିପାରିବେ।

ପିନ୍‌ ଫିଚରରେ ଆପଣ କେବଳ ତିନିଟି ଚାଟ୍‌ କିମ୍ବା ଗ୍ରୁପ୍‌କୁ ହିଁ ପିନ୍‌ କରିପାରିବେ। ତିନିରୁ ଅଧିକ ଚାଟ୍‌କୁ ପିନ୍‌ କଲେ କେବଳ ୩ ଜଣଙ୍କୁ ପିନ୍‌ କରିପାରିବେ ବୋଲି ମେସେଜ୍‌ ଆସିଥାଏ। ଚାଟ୍‌କୁ ଟ୍ୟାପ୍‌ ଆଣ୍ଡ ହୋଲ୍ଡ କଲେ ପିନ୍‌ ବ୍ୟତୀତ ଡିଲିଟ୍‌, ମ୍ୟୁଟ୍‌ ଓ ଆର୍କାଇଭ୍‌ ଭଳି ଅପସନ୍‌ ବି ଆସେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.