Below header

ଆନନ୍ଦପୁର ମଦନପୁର ଗାଁରେ ଚାଞ୍ଚଲ୍ୟ, ଯବାନ ପୁଅର ଆକ୍ରମଣରେ ବାପା ମୃତ

ଆନନ୍ଦପୁର: ଯବାନ ପୁଅର ଆକ୍ରମଣରେ ବାପା ମୃତ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପକଣ୍ଠ ରାମଚନ୍ଦ୍ରପୁର ଥାନା ମଦନପୁର ଗାଁରେ । ଘରୋଇ କଳିକୁ ନେଇ ଆଇଟିବିପି ଯବାନ ରଞ୍ଜନ ଓଝା ବାପା ପ୍ରମୋଦ ଓଝାଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ବାପା ପ୍ରମୋଦଙ୍କ ମୃତ୍ୟୁ ହୋଇଥିଲା ।

ଏହାପରେ ରଞ୍ଜନଙ୍କ ଦୁଇ ଭାଇ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ । ଗୁରୁତର ଯବାନଙ୍କୁ ସ୍ଥାନୀୟ ଲୋକଙ୍କ ସହ ସହାୟତାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ରାମଚନ୍ଦ୍ରପୁର ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.