ଆଜି ଜିଏସ୍‌ଟି ପରିଷଦ ବୈଠକ: ରାଜ୍ୟ ଗୁଡିକୁ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗରେ ହେବ ଆଲୋଚନା

ନୂଆଦିଲ୍ଲୀ : ଆଜି ବସୁଛି ଜିଏସ୍‌ଟି ପରିଷଦ ବୈଠକ । ରାଜ୍ୟ ଗୁଡିକୁ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ । ଲଗାତର ତୃତୀୟ ଥର ପାଇଁ ଏହି ପ୍ରସଙ୍ଗରେ ବୈଠକ ହେବାକୁ ଯାଉଛି । ଗତ ବୈଠକରେ କେନ୍ଦ୍ର ସରକାର ରାଜ୍ୟ ଗୁଡିକୁ ସେସ୍‌ ଆକାରରେ ହଜାରେ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ନେଇଥିଲେ ।

କିଛି ରାଜ୍ୟ ସଂପୂର୍ଣ୍ଣ କ୍ଷତିପୂରଣ ଦାବି କରିବାରୁ ସହମତି ହୋଇପାରିନଥିଲା । ଅଣ ବିଜେପି ଶାସିତ ରାଜ୍ୟ ଗୁଡିକ ପ୍ରସଙ୍ଗ ଉପରେ ସହମତି ଆଣିବା ଲାଗି ମନ୍ତ୍ରିସ୍ତରୀୟ କମିଟି ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଆଜିର ବୈଠକରେ ଏପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.