Below header

ଭୁବନେଶ୍ୱର ସାମନ୍ତରାପୁରରେ ମିଠା ଦୋକାନୀ ହତ୍ୟା ଘଟଣା, ଆଉ ୨ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ସାମନ୍ତରାପୁରରେ ମିଠା ଦୋକାନୀ ଜମ୍ବୁ ସାହୁ ହତ୍ୟା ଘଟଣାରେ ଆଉ ୨ ଗିରଫ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ସେମାନଙ୍କଠାରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇଛି । ହତ୍ୟାକାଣ୍ଡ ନେଇ ଅଭିଯୁକ୍ତ ଦୁଇ ଜଣଙ୍କୁ ପଚରାଉଚରା ଚାଲିଛି ।

ଘଟଣାରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ସମେତ ୫ଜଣଙ୍କୁ ଗିରଫ କରାଯାଇଥିଲା । ଆତ୍ମସମର୍ପଣ କରିଥିଲା ସୁପାରି କିଲର । ଏପର୍ଯ୍ୟନ୍ତ ଘଟଣାରେ ମୋଟ ୮ ଜଣଙ୍କୁ ଧରି ସାରିଛି ପୋଲିସ ।ଗତ ୪ ତାରିଖରେ ବିଚ୍‌ ରାସ୍ତାରେ ଜମ୍ବୁଙ୍କୁ ଖଣ୍ଡାରେ ହାଣି ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିଲା । ମିଠା ବ୍ୟବସାୟକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.