Below header

ୟୁଟ୍ୟୁବରେ ଭିଡିଓ ଦେଖୁଥିବା ଲୋକଙ୍କ ପାଇଁ ଖୁସି ଖବର, ବର୍ତ୍ତମାନ ମିଳିବ ନୂଆ ସୁବିଧା

ୟୁଟ୍ୟୁବ ପ୍ରିମିୟମ ନିଜର ଗ୍ରାହକ ମାନଙ୍କ ପାଇଁ 1080p ରିଜୋଲ୍ୟୁସନର ଭିଡିଓ ଅଫଲାଇନ ଦେଖିବା ପାଇଁ ସୁବିଧା ଆଣିଦେଇଛି । ପୂର୍ବରୁ ଏହି ପ୍ଲାଟଫର୍ମରେ ବ୍ୟବହାରକାରୀ ମାନେ କେବଳ 720p ରିଜୋଲ୍ୟୁସନର ଭିଡିଓ ଡାଉନଲୋଡ଼ କରିପାରୁଥିଲେ କିନ୍ତୁ ବର୍ତ୍ତମାନ 1080p ରିଜୋଲ୍ୟୁସନର ଭିଡିଓ ମଧ୍ୟ ଡାଉନଲୋଡ଼ କରିପାରିବେ ।

ସୂଚନା ଅନୁଯାୟୀ ୟୁଟ୍ୟୁବର iOS ଏବଂ ଆଣ୍ଡ୍ରୋଏଡ ଆପ୍ସକୁ ଅପଗ୍ରେଡେଡ଼ ରିଜୋଲ୍ୟୁସନ ପାଇଁ ସପୋର୍ଟ ଧୀରେ ଧୀରେ ଜାରି କରାଯାଇଛି ଏବଂ ଗୁଗଲ ସମସ୍ତ ପ୍ରିମିୟମ ୟୁଜର୍ସ ମାନଙ୍କ ପାଇଁ ନୂଆ ଅପଡେଟ ଜାରି କରିବ ବୋଲି ସୂଚନା ଦେଇଛି । କିନ୍ତୁ ୟୁଟ୍ୟୁବ ନନ୍ ପ୍ରିମିୟମ ୟୁଜର୍ସ ମାନଙ୍କ ପାଇଁ ଏହି ଫିଚର ଉପଲବ୍ଧ କରାଇବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ ।

ୟୁଟ୍ୟୁବ ପ୍ରିମିୟମ ସମସ୍ତ ପ୍ରିମିୟମ ସେବା ଭଳି ଏକ୍ସକ୍ଲୁସିଭ ଫିଚର୍ସ ସହିତ କେବଳ ପେମେଣ୍ଟ କରୁଥିବା ଗ୍ରାହକ ମାନଙ୍କ ପାଇଁ ଉପଲବ୍ଧ ହୋଇଥାଏ । ଏହି ସେବା ଦ୍ୱାରା ୟୁଟ୍ୟୁବ ମ୍ୟୁଜିକ ପ୍ରିମିୟମ ଏବଂ ଗୁଗଲ ପ୍ଲେ ମ୍ୟୁଜିକ ସର୍ଭିସ ଦ୍ୱାରା ଆଡ଼ ଫ୍ରି ମ୍ୟୁଜିକ ଷ୍ଟ୍ରିମିଂର ସୁବିଧା ଦିଆଯାଇଛି ।

ୟୁଟ୍ୟୁବ ପ୍ରିମିୟମର ସବସ୍କ୍ରିପସନ ଏକ ମାସ ପର୍ଯ୍ୟନ୍ତ ଫ୍ରି ରେ ମିଳିଥାଏ । ଏହା ପରେ ଯଦି ଆପଣ ଏହାର ସବସ୍କ୍ରିପସନ ନେଉଛନ୍ତି ତାହେଲେ ଏଥିପାଇଁ ଆପଣଙ୍କୁ ୧୨୯ଟଙ୍କା ଦେବାକୁ ପଡିବ । ଏହା ବ୍ୟତୀତ ୟୁଟ୍ୟୁବ ପ୍ରିମିୟମରେ କଣ୍ଟେଣ୍ଟ ସହିତ ଅରିଜିନାଲ ମୁଭିର ସୁବିଧା ମଧ୍ୟ ମିଳିବ । କେବଳ ଏତିକି ନୁହେଁ ଏଠାରେ ଫ୍ୟାମିଲି ପ୍ୟାକ ମଧ୍ୟ ଉପଲବ୍ଧ । ଯାହାଦ୍ୱାରା ଆପଣଙ୍କୁ ୧୨୯ ଟଙ୍କା ବଦଳରେ ୧୮୯ ଟଙ୍କାର ସବସ୍କ୍ରିପସନ ନେବାକୁ ପଡିବ ଓ ଏହାଦ୍ୱାରା ପରିବାରର ୬ ଜଣ ଏହାକୁ ବ୍ୟବହାର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.