Zoom ରେ ଆସିଲା ଇମରସିଭ ଭ୍ୟୁ ଫିଚର, ମିଟିଂରେ ଗୋଟିଏ ସ୍ଥାନରେ ବସିଥିବା ଭଳି ଦିଶିବେ ଲୋକମାନେ

ଯେବେଠୁ କରୋନା ଆସିଛି ସେବେଠୁ ଭିଡିଓ କଲିଂ ପ୍ଲାଟଫର୍ମ ଲଗାତାର ଉନ୍ନତି କରୁଛି। Zoom ହେଉଛି ଏହାର ସବୁଠୁ ବଡ଼ ଉଦାହରଣ। Zoom ଭିଡିଓ କଲିଂ ପ୍ଲାଟଫର୍ମରେ ଲଗାତାର ନୂଆ ନୂଆ ଫିଚର ଆସୁଛି। ନିକଟରେ କମ୍ପାନୀ ଇମରସିଭ ଭ୍ୟୁ ଫିଚର ଲଞ୍ଚ କରିଛି, ଯାହା ଭିଡିଓ କଲିଂର ଅନୁଭବକୁ ଆହୁରି ଉନ୍ନତମାନର କରିଦେବ।

ରିପୋର୍ଟ ମୁତାବକ, Zoom ର ଏହି ନୂଆ ଫିଚରରେ ସିଙ୍ଗଲ ଭର୍ଚୁଆଲ ବ୍ୟାକଗ୍ରାଉଣ୍ଡରେ ୨୫ ଜଣ ସାମିଲ ହୋଇପାରିବେ। ଦେଖିଲେ ଲାଗିବ ଯେମିତି ଲୋକମାନେ ସମସ୍ତେ ଏକାଠି ବସିଛନ୍ତି। ତେବେ ପୂର୍ବରୁ ବି ଭର୍ଚୁଆଲ ବ୍ୟାକଗ୍ରାଉଣ୍ଡ ଫିଚର ଥିଲେ ମଧ୍ୟ ତାହା Indivisual ଥିଲା। ଅର୍ଥାତ୍ ପ୍ରତି ୟୁଜର ନିଜ ନିଜ ବ୍ୟାକଗ୍ରାଉଣ୍ଡ ବଦଳାଇ ପାରୁଥିଲେ।

Zoom ମୁତାବକ, ହୋଷ୍ଟ ଇମରସିଭ ଭ୍ୟୁକୁ enable କରିବେ ଓ ସେତେବେଳେ ତାଙ୍କ ପାଖରେ ସମସ୍ତ Participantsଙ୍କୁ Automatic କିମ୍ବା ମାନୁଆଲ ଭର୍ଚୁଆଲ ବ୍ୟାକଗ୍ରାଉଣ୍ଡରେ ଆଡ୍ କରିବା ଅପସନ ଦିଆଯିବ। ଭର୍ଚୁଆଲ ବ୍ୟାକଗ୍ରାଉଣ୍ଡ କଣ ହେବ ତାହା ହୋଷ୍ଟ ହିଁ ନିର୍ଦ୍ଧାରଣ କରିବେ। କେବଳ ଏତିକି ନୁହେଁ ହୋଷ୍ଟ ଲୋକଙ୍କର ଭର୍ଚୁଆଲ ଇମେଜକୁ ଛୋଟ କିମ୍ବା ବଡ଼ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.