Below header

ରାଜ୍ୟରେ ପୁଣି ୮ ହଜାର ପାର କଲା କରୋନା ସଂକ୍ରମଣ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୮ ପଜିଟିଭ୍‌

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ପୁଣି ୮ ହଜାର ଉପରେ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ଆଉ ୮୯୧୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୭ ଜିଲ୍ଲାରେ ୪ଶହ ଉପରେ ରହିଛି ନୂଆ କେସ୍‌।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୮ ପଜିଟିଭ୍‌ ରହିଛନ୍ତି। ସୁନ୍ଦରଗଡରୁ ୫୯୨,କଟକରୁ ୫୮୭, ପୁରୀରୁ ୫୩୦, ସମ୍ବଲପୁର-୫୨୦, ବରଗଡ଼ରୁ ୪୫୨ ଓ ନବରଙ୍ଗପୁରରୁ ୪୩୩ ନୂଆ କେସ୍‌ ରହିଛି। ଭଦ୍ରକରୁ ୩୫୧, ଅନୁଗୁଳରୁ ୩୩୧, ଝାରସୁଗୁଡ଼ାରୁ ୩୦୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୪ଲକ୍ଷ ୭୦ହଜାର ୩୩୭କୁ ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.