ଓଡ଼ିଶା ପରେ ଏବେ ଏହି ରାଜ୍ୟରେ ଲାଗୁ ହେଲା ମିନି ଲକଡାଉନ୍, ୨ ସପ୍ତାହ ପାଇଁ ଅଖ-ଚକ ବନ୍ଦ

ଏବେ ଦେଶରେ କରୋନା ସ୍ଥିତି ଧୀରେ ଧୀରେ ସାଂଘାତିକ ହେବାରେ ଲାଗିଛି। ଏଣୁ ସଂକ୍ରମଣକୁ ରୋକିବା ପାଇଁ ସବୁ ରାଜ୍ୟ ସରକାର ଏବେ ଲକଡାଉନ ଘୋଷଣା କରୁଛନ୍ତି। ଗତକାଲି ଓଡ଼ିଶା ସରକାର ବି ୫ ତାରିଖଠାରୁ ରାଜ୍ୟରେ ଲକଡାଉନ ଘୋଷଣା କରିଥିବା ବେଳେ ଏବେ ପଞ୍ଜାବ ସରକାର ବି ରାଜ୍ୟରେ ମିନି ଲକଡାଉନ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ମୁତାବକ ଆଗାମୀ ୧୩ ଦିନ ପାଇଁ ପଞ୍ଜାବରେ ମିନି ଲକଡାଉନ ଜାରି ହୋଇଛି।

ଏହି ସମୟରେ ରାଜ୍ୟର ସମସ୍ତ ଦୋକାନ ବନ୍ଦ ରହିବ। ଏଥିସହ ସଡ଼କ, ରେଳ ଓ ବିମାନ ସେବା ମଧ୍ୟ ବନ୍ଦ ରହିବ। କେବଳ ସେମାନଙ୍କୁ ହିଁ ରାଜ୍ୟରେ ଏଣ୍ଟ୍ରି ମିଳିବ ଯାହା ପାଖରେ ୭୨ ଘଣ୍ଟା ପୁରୁଣା କରୋନା ନେଗେଟିଭ ରିପୋର୍ଟ ଥିବ କିମ୍ବା ୨ ସପ୍ତାହ ପୁରୁଣା ଟିକାକରଣ ସାର୍ଟିଫିକେଟ ଥିବ।

ଲକଡାଉନ ବେଳେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଯଥା- ଔଷଧ ଦୋକାନ, କ୍ଷୀର, ପାଉଁରୁଟି, ପନିପରିବା, ଫଳ, ଦୁଗ୍ଧଜାତୀୟ ପ୍ରଡକ୍ଟ, ଅଣ୍ଡା, ମୋବାଇଲ ରିପାୟାର ଦୋକାନ, ଲାବ୍ରୋଟୋରି, ନର୍ସିଂହୋମ ଆଦି ଖୋଲା ରହିବ।

ଅନ୍ୟପଟେ ରାଜ୍ୟରେ କେବଳ ଅନୁମତି ପ୍ରାପ୍ତ ଗାଡ଼ି ହିଁ ଚଳାଚଳ କରିପାରିବ। ୪ ଚକିଆ ଯାନରେ ୨ ଜଣ ଓ ୨ ଚକିଆରେ ଜଣଙ୍କୁ ହିଁ ବସିବାକୁ ଅନୁମତି ରହିଛି। ରାଜ୍ୟରେ ଗୋଟିଏ ସ୍ଥାନରେ ୧୦ ଜଣ ଏକାଠି ହେବାକୁ ଅନୁମତି ନାହିଁ। ବିବାହ ଓ ଅନ୍ତିମ ସଂସ୍କାରରେ ବି ଏହି ନିୟମ ଲାଗୁ ହେବ। ସମସ୍ତ ଧର୍ମସ୍ଥଳ ସନ୍ଧ୍ୟା ୬ଟାରେ ବନ୍ଦ ହେବ। ନାଇଟ କର୍ଫ୍ୟୁରେ କେବଳ ପାସଧାରୀ ହିଁ ଯାତାୟାତ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.