Below header

ଗଳା ଖସଖସ କିମ୍ବା ଦରଜ ହେଉଛିକି, ତେବେ ପ୍ରତିଦିନ ପିଅନ୍ତୁ “ଗୋଲମରିଚ କାଢା”

ଦେଶରେ କରୋନା ମହାମାରୀ କାୟା ବିସ୍ତାର କରିସାରିଲାଣି । ଦିନକୁ ଦିନ ଏହି ମାରାତ୍ମକ ରୋଗର ଭିନ୍ନ ଭିନ୍ନ ଲକ୍ଷଣ ମାନ ବି ଦେଖାଦେଉଛି । ଏମଧ୍ୟରୁ ଗୋଟିଏ ହେଉଛି ଗଳା ବଥା ହେବା ବା ଖସ ଖସ ହେବା । ସାଧାରଣ ସମୟରେ ଏହା ଏକ ମାମୁଲି ଲକ୍ଷଣ ହୋଇଥିଲେ ମଧ୍ୟ ଏବେକା ସମୟରେ କିନ୍ତୁ ଏହାକୁ ନେଇ ଲୋକେ ଡରି ଯାଉଛନ୍ତି । ଆଉ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଗଳା ଦରଜ ହେବା କିମ୍ବା ଖସଖସ ହେବା କରୋନାର ଏକ ପ୍ରମୁଖ ଲକ୍ଷଣ । ଏମିତିରେ ଏହି ଲକ୍ଷଣର ଯଦି ବେଳ ଥାଉ ଥାଉ ଚିକିତ୍ସା ନ କରାଯାଏ ତେବେ ରୋଗ ବଢି ମାରାତ୍ମକ ରୂପ ନେବାର ମଧ୍ୟ ଆଶଙ୍କା ରହିଛି । କିନ୍ତୁ ଜାଣନ୍ତିକି ଏହାର ମଧ୍ୟ ଏକ ସହଜ ଆଉ ସରଳ ଉପାୟ ରହିଛି । ଗୋଲ ମରିଚ କାଢା ପିଇଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।

କାଢ଼ା ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

ଗୋଲମରିଚ ଗୁଣ୍ଡ -ଅଧା ଚାମଚ

ଛୋଟ ଗୁଜୁରାତି- ୨ରୁ ୩ଟି

ଜିରା- ଗୋଟେ ଚାମଚ

ପାନମଧୁରୀ- ଗୋଟେ ଚାମଚ

ଜୁଆଣି- ଗୋଟେ ଚାମଚ

ଡାଲଚିନି ପାଉଡର – ଗୋଟେ ଚାମଚ

କେମିତି କରିବେ ପ୍ରସ୍ତୁତ:

ଗୋଟେ ପ୍ୟାନରେ ୨ ଗ୍ଲାସ ପାଣି ନିଅନ୍ତୁ । ଏହି ପାଣିରେ ଗୋଲମରିଚ, ପାନମଧୁରୀ, ଡାଲଚିନି ପାଉଡର, ଜିରା ଦିଅନ୍ତୁ । ଏହି ପାଣିକୁ ୧୫
ରୁ ୨୦ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏବେ ସେଥିରେ ଏକ ଛୋଟ ଗୁଜୁରାତି ଦେଇ ଗ୍ୟାସ ବନ୍ଦ କରିଦିଅନ୍ତୁ | ଏକ ଛଣାରେ ଛାଣି ଦିଅନ୍ତୁ । ଆଉ ଠିକ ଚାହା ଭଳି ଶୋଷି ଶୋଷି ପିଅନ୍ତୁ । ଅଧିକ ସ୍ୱାଦ ପାଇଁ ଆପଣ ମହୁ କିମ୍ବା ଲେମ୍ବୁ ରସ ଦେଇପାରିବେ ।

କହିରଖୁଛୁକି ଗୋଲମାରିଚରେ ମିନେରାଲ୍ସ, ଭିଟମିନସ, ପ୍ରୋଟିନସ, ଫାଇବର୍ସ ଓ କାର୍ବୋହାଇଡ୍ରେଟ୍ସ ଭଳି ପୋଷାକ ତତ୍ତ୍ୱ ଭରପୁର ମାତ୍ରାରେ ଅଛି । ସ୍ୱାସ୍ଥ୍ୟ ବିଶେଷଣଜ୍ଞଙ୍କ ଅନୁଯାୟୀ ଗଳା ଅସୁବିଧା ସମୟରେ ଏହି ପାନୀୟ ପିଇଲେ ଲାଭ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.