Below header

ରାଲି ବେଳେ କଂଗ୍ରେସ ବିଧାୟିକାଙ୍କ ଉପରେ ଆକ୍ରମଣ, ରାସ୍ତା ମଝିରେ ଓଲଟି ପଡ଼ିଲା ଗାଡ଼ି

ରାୟବରେଲି : ନିର୍ବାଚନୀ ହିଂସା ଏବେ ଚରମ ସୀମାରେ ପହଞ୍ଚିଛି । କଂଗ୍ରେସ ବିଧାୟିକା ଆଦିତି ସିଂହଙ୍କ ସମର୍ଥକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ସୋନିଆ ଗାନ୍ଧିଙ୍କ ରାୟବରେଲି ଆସନରେ ବିଧାୟିକା ଆଦିତି ସିଂହ ତାଙ୍କ ସମର୍ଥକଙ୍କୁ ସହ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ।

ATTACK ON ADITI-2

ଦୁର୍ବୃତ୍ତମାନେ ତାଙ୍କ ରାଲି ଉପରକୁ ଟେକା ପଥର ମାଡ଼ କରିବା ସହ ଗୁଳି ମଧ୍ୟ ଚଳାଇଥିଲେ । ଫଳରେ ରାଲିରେ ଥିବା ଦୁଇଟି ଗାଡ଼ି ରାସ୍ତା ମଝିରେ ଓଲଟି ପଡ଼ିଥିଲା । ତେବେ ବିଧାୟିକା ଆଦିତି ସିଂହ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ଆହତ ହୋଇଛନ୍ତି ।
ବିଜେପି ପ୍ରାର୍ଥୀ ଦୀନେଶ ସିଂହଙ୍କ ଭାଇ ଏହି ଆକ୍ରମଣ କରିଥିବା କଂଗ୍ରେସ ଅଭିଯୋଗ କରିଛି । ଆଦିତି ହେଉଛନ୍ତି ରାୟବରେଲିର ପୂର୍ବତନ ବିଧାୟକ ତଥା ବାହୁବଳି ନେତା ଅଖିଳେଶ ସିଂହଙ୍କ ଝିଅ ।

ATTACK ON ADITI-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.