Below header

କ୍ୟାନ୍ସର ରୋଗରେ ଆକ୍ରାନ୍ତ ଟେଲି ଅଭିନେତ୍ରୀ ରାଜେଶ୍ୱରୀ

କ୍ୟାନ୍ସର ଏକ ମାରାତ୍ମକ ରୋଗ। ଏହି ରୋଗର ନାମ ଶୁଣିଲେ ସମସ୍ତେ ଡରି ଯାଆନ୍ତି। ଆଉ ଏହି ଗମ୍ଭୀର ରୋଗ ସହିତ ଲଢ଼େଇ କରୁଛନ୍ତି ଓଡ଼ିଆ ଟେଲିଭିଜନ ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର। ତାଙ୍କୁ କ୍ୟାନସର ହୋଇଛି। ସେ ତାଙ୍କ ଫେସବୁକ ପେଜରେ ଏହି ବିଷୟରେ ସୂଚନା ଦେଇଛନ୍ତି।

ନିଜର ଫେସବୁକ ପେଜରେ ଦୁଇଟି ଫଟୋ ଶେୟାର କରି ସେ ଲେଖିଛନ୍ତି- “ମୁଁ ବ୍ରେନ୍ (ମସ୍ତିଷ୍କ) ଓ ଲଙ୍ଗ୍ (ଫୁସ୍ଫୁସ୍) କ୍ୟାନସର ସହିତ ଲଢ଼େଇ କରୁଛି। ମୁଁ ନିଶ୍ଚିତ ଯେ ଏ ଲଢ଼େଇରେ ମୁଁ ଜିତିବି।”

ରାଜେଶ୍ୱରୀ ଆଉ ଅଧିକ କିଛି ଲେଖି ନାହାନ୍ତି। ସେ କେଉଁଠି ଚିକିତ୍ସିତ ହେଉଛନ୍ତି, ସେ ବିଷୟରେ କିଛି ସୂଚନା ଦେଇନାହାନ୍ତି।

rajeshwaryଏହି ଖବର ପାଇବା ପରେ ତାଙ୍କର ଫେସ୍ବୁକ୍ ଫ୍ରେଣ୍ଡ୍ ମାନେ କ୍ୟାନସର ଭଳି ମାରାତ୍ମକ ରୋଗ ସହିତ ଲଢ଼ିବା ପାଇଁ ତାଙ୍କ ସାହସ ବଢ଼ାଇଛନ୍ତି। ସେ ଶୀଘ୍ର ଭଲ ହୋଇଯିବେ ବୋଲି ତାଙ୍କ ଫ୍ୟାନ୍ ମାନେ କହିଛନ୍ତି।

RAJESWARI

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.