ପାକିସ୍ତାନରେ ବଢୁଛି ଚୀନ୍‌ର ପ୍ରଭାବ, ବିରୋଧରେ କହିଲେ ମୁହଁ ବନ୍ଦ କରି ଦିଆଯାଉଛି

ନୂଆଦିଲ୍ଲୀ : ପାକିସ୍ତାନରେ ଚୀନ୍‌ର ରାଜ୍‌ । ବିପୁଳ ପରିମାଣରେ ଆର୍ଥିକ ସହାୟତା ଦେଇ ପାକିସ୍ତାନକୁ ନିଜ ଅକ୍ତିଆରକୁ ଆଣି ସାରିଲାଣି ଚୀନ୍‌ । ବର୍ତ୍ତମାନ ଏମିତି ପରିସ୍ଥିତି ହେଲାଣି ଯେ ପାକିସ୍ତାନରେ ଚୀନ୍‌କୁ ସମାଲୋଚନା କରିବା ମଧ୍ୟ ବେଆଇନ୍‌ ହୋଇଗଲାଣି । ଏମିତିକି ଏହାକୁ ଦେଶ ବିରୋଧୀ ବୋଲି ସରକାର ଅଘୋଷିତ ଆଇନ୍‌ କରିଥିବା କୁହାଯାଉଛି । ଯଦିଓ ଏ ସମ୍ପର୍କରେ ପାକିସ୍ତାନରୁ କିଛି ସୂଚନା ମିଳି ନାହିଁ ତେବେ ଆମେରିକା ସଂସଦରେ ଏକଥା ଉଠିଛି । ରାଷ୍ଟ୍ରପତି ବାରାକ ଓବାମାଙ୍କ ସମୟରେ ସାଂସଦ ଥିବା ଚୁଙ୍କି ଚୌଧୁରୀ କହିଛନ୍ତି,

china-1

ପାକିସ୍ତାନରେ ଚୀନ୍‌ ବିରୋଧୀ କୌଣସି କଥା କୁହାଯାଇ ପାରିବ ନାହିଁ । ଏଭଳି କହୁଥିବା ଲୋକଙ୍କ ସ୍ୱରକୁ କଳେ ବଳେ କୌଶଳେ ଚାପି ଦିଆଯାଉଛି । କି କି ସର୍ତ୍ତ ରଖି ପାକିସ୍ତାନକୁ ଚୀନ୍‌ ଆର୍ଥିକ ସହାୟତା ଦେଉଛି ସେ କଥା ମଧ୍ୟ ଜନସାଧାରଣଙ୍କ ଠାରୁ ଗୁପ୍ତ ରଖା ଯାଉଛି ।
ନିଜର ବାଣିଜ୍ୟ ବ୍ୟବସାୟ ବ୍ୟବସାୟ ବଢ଼ାଇବା ଲାଗି ଚୀନ୍‌ ପାକିସ୍ତାନ ସହ ମିଶି ଏକ ଆର୍ଥିକ କରିଡର ନିର୍ମାଣ କରୁଛି । ଯାହାଫଳରେ ଦକ୍ଷିଣ-ପୂର୍ବ ଓ ମଧ୍ୟ ଏସିଆ, ଆଫ୍ରିକା ଏବଂ ୟୁରୋପ ସମେତ ଜର୍ମାନୀ ସମୁଦ୍ର ପଥ ମଧ୍ୟ ଯୋଡ଼ି ହୋଇ ପାରିବ ।

china-2
ଏପଟେ ଚୀନ୍‌ ସହ ସମ୍ପର୍କ ବଢ଼ିବା ପରେ ପାକିସ୍ତାନ ସେନାର ମଧ୍ୟ ଶକ୍ତି ବୃଦ୍ଧି ହୋଇଛି । ସେହିପରି ଦେଶରେ ବେଶ୍‌ କିଛି ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଯାହାଫଳରେ ପାକିସ୍ତାନ ବାସିନ୍ଦା ଚୀନ୍‌ର ବଢୁଥିବା ପ୍ରଭାବକୁ ନାପସନ୍ଦ ଓ ବିରୋଧ କରୁଥିଲେ ମଧ୍ୟ ମୁହଁ ଖୋଲିବାକୁ ସାହସ କରୁ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.