ଆଜି ବାଲେଶ୍ୱର ଓ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ସଭାରେ ଯୋଗ ଦେବା ସହ ରୋଡ ସୋ କରିବେ ନବୀନ

କେନ୍ୟୁଜ୍ : ଚତୁର୍ଥ ପର୍ଯ୍ୟାୟ ପାଇଁ ବିଜେଡି ସୁପ୍ରିମୋଙ୍କ ତୋଫାନୀ ପ୍ରଚାର । ଆଜି ବାଲେଶ୍ୱର ଓ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ସଭାରେ ଯୋଗ ଦେବା ସହ ରୋଡ ସୋ କରିବେ ନବୀନ । ସକାଳ ୧୦ଟା ୧୫ରେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଠାରେ ସାଧାରଣ ସଭାରେ ଉଦବୋଧନ ଦେବେ ବିଜେଡି ସୁପ୍ରିମୋ। ଏହା ପରେ ଜଳେଶ୍ୱର ଓ ବସ୍ତାରେ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ। ମଧ୍ୟାହ୍ନ ୧୨ଟା ୧୫ରେ ନୀଳଗିରି ଓ ୧୨ଟା ୫୫ରେ ରେମୁଣାରେ ଜନସଭାକୁ ସମ୍ବୋଧନ କରିବେ ନବୀନ। ଅପରାହ୍ନରେ ମେଗା ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି । ବାଲେଶ୍ୱର ଆଇଟିଆଇ ପଡ଼ିଆରୁ ଆରମ୍ଭ ହେବ ରୋଡ ସୋ। ଏହାପରେ ପୋଲିସ ଲାଇନ ଛକ, ସିନେମା ଛକ, ଫକୀର ମୋହନ ଗୋଲେଇ, ରେମୁଣା ଗୋଲେଇ ଓ କଳମା ବସଷ୍ଟାଣ୍ଡ ଦେଇ ଯିବ। ସଂଧ୍ୟା ୫ଟାରେ ବଡ଼ସାହିର ବୈଶିଙ୍ଗା ଠାରୁ ଆରମ୍ଭ ହେବ ରୋଡ ସୋ। ଏହି ରୋଡ ସୋ ବାରିପଦା ଯାଏ ଯିବ । ପରେ ବାରିପଦା ଟାଉନରେ ରୋଡ ସୋ କରିବେ ନବୀନ। ରାତି ୯ଟାରେ ରୋଡ ସୋ ସରିବା ପରେ ବାରିପଦା ସର୍କିଟ ହାଉସରେ ରାତ୍ରିଯାପନ କରିବେ। ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ନିର୍ବାଚନ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.