Below header

କନ୍ଧମାଳ ଲୋକସଭା ପାଇଁ ନାମାଙ୍କନ ଦାଖଲ ପରେ ପ୍ରଚାର ଆରମ୍ଭ କରିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ

କନ୍ଧମାଳ (କେନ୍ୟୁଜ) : ଲୋକସଭା ପାଇଁ ନାମାଙ୍କନ ଦାଖଲ ପରେ ପ୍ରଚାର ଆରମ୍ଭ କରିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ। ନିଜ ସମର୍ଥକଙ୍କ ଗହଣରେ ସେ ପ୍ରଚାର କରିଛନ୍ତି। ଶୋଭାଯାତ୍ରାରେ ଯିବା ବେଳେ ବିଭିନ୍ନ ସ୍ଥାନରେ ଡକ୍ଟର ସାମନ୍ତଙ୍କୁ ଜନସାଧାରଣ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ଡକ୍ଟର ସାମନ୍ତଙ୍କୁ ବିଜେଡି ସୁପ୍ରିମୋ କନ୍ଧମାଳ ଲୋକସଭା ପାଇଁ ପ୍ରାର୍ଥୀ ମନୋନନୟ କରିବାରୁ ସମସ୍ତେ ଖୁସି ବ୍ୟକ୍ତ କରିବା ସହ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଡକ୍ଟର ସାମନ୍ତ କହିଛନ୍ତି, ନବୀନଙ୍କ ବିକାଶ ଧାରାକୁ ଆଗକୁ ବଢାଇ ନେବାକୁ ଚେଷ୍ଟା କରିବେ । ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ସହ ରୋଜଗାରକୁ ଅଧିକ ଗରୁତ୍ୱ ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.