Below header

ଆଦିବାସୀଙ୍କ ପାରମ୍ପରିକ ପର୍ବ ବାହା ବଙ୍ଗା, ନାଚ ଗୀତରେ ମସଗୁଲ ହୋଇଥାନ୍ତି ସାନ୍ତାଳି ପରିବାର

କେଉଁଝର (କେନ୍ୟୁଜ୍) : ଆଦିବାସୀଙ୍କ ପାରମ୍ପରିକ ପର୍ବ ବାହା ବଙ୍ଗା । ଫଗୁଣ ମାସର ଶୁଭ ଦିନଗୁଡ଼ିକରେ ଆଦିବାସୀମାନେ ପାଳନ କରିଥାନ୍ତି ଏହି ପର୍ବ । ଢୋଲ ମାଦଳର ତାଳେ ତାଳେ ନାଚ ଗୀତରେ ମସଗୁଲ ହୋଇଥାନ୍ତି ସାନ୍ତାଳି ପରିବାର । ଆରାଧ୍ୟ ଦେବତା ମାରାଂବୁରୁ ଲିଟେ ଓ ମାଣେକଙ୍କ ସହ ଜାହେରାୟ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରାଯାଇଥାଏ । ଏହି ପର୍ବକୁ ତିନି ଦିନ ଧରି ପାଳନ କରାଯାଇଥିବା ବେଳେ ପିଠାପଣା କରି ବେସ୍ ଆନନ୍ଦ ନେଇଥାନ୍ତି ସାନ୍ତାଳ ସମ୍ପ୍ରଦାୟର ଲୋକେ । ଜାହେରାରେ ଲାଗିଥିବା ପ୍ରସାଦକୁ ରୋଷେଇ କରି ଖାଇଥାନ୍ତି ସମସ୍ତେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.