Below header

ଆଜି ସୁବର୍ଣ୍ଣପୁର, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିବେ ନବୀନ

କେନ୍ୟୁଜ୍ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋଙ୍କ ମାରାଥନ ପ୍ରଚାର। ଆଜି ସୁବର୍ଣ୍ଣପୁର, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ପ୍ରଚାର କରିବେ ନବୀନ । ଭୁବନେଶ୍ୱରରୁ ହେଲକପ୍ଟରରେ ବାହାରି ସକାଳ ୧୦ଟାରେ ପ୍ରଥମେ କନ୍ଧମାଳ ଜିଲ୍ଲାର ତୁସ୍ରା ଏୟାର ଷ୍ଟ୍ରିପରେ ଅବତରଣ କରିବେ । ସେଠାରୁ ହେଲିକପ୍ଟର ଯୋଗେ ବୀରମହାରାଜପୁର ଯାଇ ସାଧାରଣ ସଭାରେ ଯୋଗ ଦେବେ । ପରେ ବିନିକା ବ୍ଲକର ସିଆଳି ହେଲିପ୍ୟାଡ଼ରେ ପହଞ୍ଚି ଜନସଭାକୁ ଉଦବୋଧନ କରିବେ ନବୀନ । ସେଠାରୁ ବୌଦ୍ଧ ଜିଲ୍ଲାର କଣ୍ଟାମାଳର ବାଉଁଶୁଣୀ ହାଇସ୍କୁଲ ପଡ଼ିଆରେ ସାଧାରଣ ସଭା ଓ ପରେ ପୁରୁଣା କଟକ ମିନିଷ୍ଟାଡିୟମ ନିର୍ବାଚନ ସଭାରେ ଉଦବୋଧନ ଦେବେ ବିଜେଡି ସୁପ୍ରିମୋ। ପରେ ଜି. ଉଦୟଗିରି ଗସ୍ତ କରି ଦାରିଙ୍ଗିବାଡିରେ ସାଧାରଣ ସଭାକୁ ସମ୍ବୋଧନ କରିବେ। ଫୁଲବାଣୀର ଫିରିଙ୍ଗିଆ ଯାଇ ଜନସଭାରେ ଉଦବୋଧନ ଦେବାର କାର୍ଯ୍ୟାକ୍ରମ ରହିଛି । କନ୍ଧମାଳ ଲୋକସଭା ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତ ଓ ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ । ସେ ପ୍ରାୟ ୨୫ ମିନିଟ୍‌ ଦାରିଙ୍ଗବାଡ଼ିରେ ରହିବେ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.