Below header

ଆଜି ପୁରୀ ସଂସଦୀୟ କ୍ଷେତ୍ରରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

କେନ୍ୟୁଜ୍ : ମାରାଥନ୍‌ କ୍ୟାମ୍ପେନ୍‌ରେ ବିଜେଡି ସୁପ୍ରିମୋ । ଆଜି ପୁରୀ ସଂସଦୀୟ କ୍ଷେତ୍ରରେ ପ୍ରଚାର କରିବେ ନବୀନ ପଟ୍ଟନାୟକ । ରଣପୁର ଓ ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେ ଭୋଟ୍‌ ମାଗିବେ । ନବୀନ ସକାଳ ୧୦ଟା ୧୫ ମିନିଟରେ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପହଞ୍ଚିବେ । ବାଘା ସନ୍ଥ ପଡ଼ିଆରେ ହେଲିପ୍ୟାଡରେ ଓହ୍ଲାଇବା ପରେ ରଣପୁର ପଞ୍ଚଦୁଳ ପଡ଼ିଆରେ ଜନସଭାକୁ ସମ୍ବୋଧନ କରିବେ । ଏହାପରେ ଚିଲିକା ନିର୍ବାଚନ ମଣ୍ଡଳୀ ଯିବେ ନବୀନ । ବାଣପୁର ସ୍ଥିତ ପଲଟନ୍‌ ପଡ଼ିଆରେ ନିର୍ବାଚନ ସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବେ ।

ଅପରାହ୍ନରେ ପୁରୀ ଅଭିମୁଖେ ଯିବେ ନବୀନ । ବ୍ରହ୍ମଗିରି ବିଧାନସଭା କ୍ଷେତ୍ରର ସାତପଡ଼ାରୁ ରୋଡ୍‌ ସୋ କରିବେ । ପୁରୀ ପର୍ଯ୍ୟନ୍ତ ବିଶାଳ ରୋଡ ସୋ’ରେ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟରଙ୍କ ସମର୍ଥନ ଲୋଡ଼ିବେ ନବୀନ । ହାଇଟେକ୍‌ ବସରେ ପ୍ରଚାର କରିବେ। ଏହାପରେ ଅପରାହ୍ନ ୩ଟାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ତାପରେ ପୁରୀରୁ ରୋଡ୍‌ ସୋରେ ଭୁବନେଶ୍ୱର ଅଭିମୁଖେ ଆସିବେ । ଏତିକିବେଳେ ସତ୍ୟବାଦୀ, ପିପିଲି ନିର୍ବାଚନ ମଣ୍ଡଳୀରେ ନବୀନଙ୍କ ପ୍ରଚାର ବସ୍‌ ବୁଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.