କରତାରପୁର କରିଡରର ନିର୍ମାଣ ଦେଖାଇବ ପାକିସ୍ତାନ, ବୈଶାଖିରେ ଏକ ହଜାର ଶିଖ୍ ପହଞ୍ଚିବେ ଦର୍ଶନ ପାଇଁ

ବୈଶାଖିରେ ପାକିସ୍ତାନ ସ୍ଥିତ ଗୁରୁଦ୍ବାରର ଦର୍ଶନ ପାଇଁ ଯାଇଥିବା ଶିଖ୍ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀ କରତାରପୁର ସାହେବ କରିଡରର ନିର୍ମାଣ କାର୍ଯ୍ୟର ନିରୀକ୍ଷଣ କରାଇ ପାକିସ୍ତାନ ସରକାର ନିଜ ପକ୍ଷରେ ସକରାତ୍ମକ ପରିବେଶ ବନେଇବା ପାଇଁ ପ୍ରୟାସରେ ଲାଗିପଡିଛି । ଭାରତ ସହିତ ବିଭିନ୍ନ ଦେଶରୁ ପହଞ୍ଚୁଥିବା ପାଖାପାଖି ୧୦୦୦ ଶିଖ୍ ଶ୍ରଦ୍ଧାଳୁଙ୍କୁ ଶୁକ୍ରବାର ଗୁରୁଦ୍ବାର କରତାରପୁର ସାହେବଙ୍କ ଦର୍ଶନ ପାଇଁ ନିଆଯିବ ।

ପାକିସ୍ତାନ ପଞ୍ଜାବ ସରକାର ପାକିସ୍ତାନ ଗୁରୁଦ୍ବାର ପ୍ରବନ୍ଧକ କମିଟିର ପୂର୍ବ ଅଧକ୍ଷ ବିଷନ ସିଂଙ୍କୁ ଶ୍ରଦ୍ଧାଳୁମାନଙ୍କୁ ଗୁରୁଦ୍ବାର ଶ୍ରୀ କରତାରପୁର ସାହେବ ପର୍ଯ୍ୟନ୍ତ ନେଇଯିବା ପାଇଁ ଦାୟିତ୍ବ ଦିଆଯାଇଛି। ଶ୍ରଦ୍ଧାଳୁମାନଙ୍କୁ କରତାରପୁର କରିଡର ନିର୍ମାଣ ସ୍ଥଳକୁ ନେଇ ଯାଇ ସେଠାରେ ପାକିସ୍ତାନର ଏକ ବିଶେଷଜ୍ଞ ଦଳ ଦ୍ବାରା ବ୍ରିଫିଙ୍ଗ କରାଯିବ । ଏହି ବ୍ରିଫିଙ୍ଗରେ ପାକିସ୍ତାନୀ ଅଧିକାରୀ କରିଡରର ଏବେ ଯାଏ ହୋଇଥିବା ନିର୍ମାଣ କାମ ବିଷୟରେ ସବୁ ତଥ୍ୟ ଦେବେ ।

ଜଣେ ଶ୍ରଦ୍ଧାଳୁ କହିଛନ୍ତି କି, ଏହା ପ୍ରଥମ ଥର ହୋଇଛି କି, ପାକିସ୍ତାନ ନିଜ ଖର୍ଚ୍ଚରେ ଗୁରୁଦ୍ବାର କରତାରପୁର ସାହେବଙ୍କ ଦର୍ଶନ ପାଇଁ ନେଉଛି। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ କରତାରପୁର ସାହେବଙ୍କ ଦର୍ଶନ ପରେ ଏହାର ନିର୍ମାଣ କାମ ଦେଖିବା ପାଇଁ ଆଗ୍ରହ ଅଛନ୍ତି ଏବଂ ଯାହାକୁ ପାକିସ୍ତାନ ସରକାର ମାନିନେଇଛନ୍ତି ।

ସୂଚନା ମୁତାବକ ପାକିସ୍ତାନ ପଞ୍ଜାବର ମୁଖ୍ୟମନ୍ତ୍ରୀ ସରଦାର ଉସମାନ ବୁଜଦାର ଶୁକ୍ରବାର ନିଜ ସରକାରୀ ବାସଭବନରେ ଅଲଗା ଅଲଗା ଦେଶକୁ ଆସିଥିବା ଶିଖ୍ ନେତମାନଙ୍କ ସହିତ ଏକ ବୈଠକ କରିବେ । ଏହି ବୈଠକରେ କରତାରପୁର କରିଡର ନିର୍ମାଣ କାର୍ଯ୍ୟର ଭିଡିଓ ,ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପର୍ବ ପୂର୍ବରୁ ନନକାନା ସାହେବରେ ତିଆରି ହୋଇଥିବା ରେଲୱେ ଷ୍ଟେସନ୍ ଏବଂ ଗୁରୁ ନାନକ ଦେବ ୟୁନିଭର୍ସିଟିର ନିର୍ମାଣ କାର୍ଯ୍ୟର ବ୍ଳୁ ପ୍ରିଣ୍ଟ ମଧ୍ୟ ଦେଖାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.