Below header

ଆସନ୍ତା ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ, ରାଜ୍ୟର ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ହେବ ମତଦାନ

କେନ୍ୟୁଜ୍ : ସରିଛି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏବେ ତୃତୀୟ ପର୍ଯ୍ୟାୟ ଲଢ଼େଇ ପାଇଁ କ୍ଷେତ୍ର ପ୍ରସ୍ତୁତ ହେଲାଣି । ଆସନ୍ତା ୨୩ ତାରିଖରେ ତୃତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ରହିଛି । ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ମତଦାନ ହେବ । ସମ୍ବଲପୁର, ଢ଼େଙ୍କାନାଳ, ପୁରୀ, ଭୁବନେଶ୍ୱର, କଟକ ଓ କେନ୍ଦୁଝର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା ଆସନରେ ଭୋଟ୍‌ ପଡ଼ିବ । ଗତ ନିର୍ବାଚନରେ ଏହି ୬ଟି ଯାକ ଆସନ ପୋଛି ନେଇଥିଲା ବିଜେଡି । ସେହିପରି ୪୨ଟି ବିଧାନସଭା ଆସନରୁ ବିଜେଡି ୩୮ଟିରେ ବାଜିମାତ କରିଥିଲା । କଟକ, ଭୁବନେଶ୍ୱର, ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ରରେ ସମସ୍ତ ବିଧାନସଭା ଆସନରେ କ୍ଲିନସୁଇପ୍‌ କରିଥିଲା ବିଜେଡି । ବିଜେପି ଖାତାକୁ ଯାଇଥିଲା ମାତ୍ର ୩ଟି ଆସନ । ବିଜେପି କୁଚିଣ୍ଡା, ଦେବଗଡ଼, ଚିଲିକାରେ ଜିତିଥିଲା । ସେହିପରି ଚମ୍ପୁଆରୁ ଜିତିଥିଲେ ସ୍ୱାଧୀନ ପ୍ରାର୍ଥୀ ସନାତନ ମହାକୁଡ଼ । କଂଗ୍ରେସ ସମସ୍ତ ୪୨ ବିଧାନସଭା ଆସନରେ ଖାତ ଖୋଲି ପାରି ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.