Below header

କେନ୍ଦ୍ରରେ କିଏ ଗଢ଼ିବ ସରକାର ? ରାଜନୈତିକ ଦଳର ସର୍ଭେ କହୁଛି ଆସିପାରେ ଏନଡିଏ

ସରିିଛି ୬ଷ୍ଠ ପର୍ଯ୍ୟାୟ ମତଦାନ । ଆଉ ଗୋଟିଏ ପର୍ଯ୍ୟାୟ ର ୫୯ଟି ଲୋକସଭା ଆସନ ରହିଯାଇଥିବା ବେଳେ ସମ୍ଭାବ୍ୟ ଫଳାଫଳ ନେଇ ଏବେ ଚାରିଆଡେ ଚର୍ଚ୍ଚା । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡୁଛି କେନ୍ଦ୍ରରେ ଏନଡିଏ ସରକାର ଆସିପାରେ କିମ୍ବା ଆଞ୍ଚଳିକ ଦଳଗୁଡ଼ିକ ମିିଳିତ ସରକାର ଗଠନ କରିପାରନ୍ତି । ଏପରିକି ଅଣ ବିଜେପି ସରକାର ଗଠନ ପାଇଁ କଂଗ୍ରେସ ସମର୍ଥନ ଦେବ ବୋଲି ରାଜନୈତିକ ପଣ୍ଡିତ ମତ ରଖିଛନ୍ତି । ଏଭଳି ସ୍ଥିତିରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ ଅଣ କଂଗ୍ରେସ ଓ ଅଣ ବିଜେପି ମେଣ୍ଟ ଗଠନ ପାଇଁ ଜୋରଦାର ପ୍ରୟାସ ଚଳାଇଛନ୍ତି ।

କେନ୍ଦ୍ରରେ ପରବର୍ତ୍ତୀ ସରକାର ଗଠନ ନେଇ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କୁ ସେ ଭେଟି ଆଲୋଚନା କରିବେ । ପୂର୍ବରୁ କେସିଆର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ବିିଭିନ୍ନ ଆଞ୍ଚଳିକ ଦଳର ନେତାଙ୍କୁ ଭେଟି ସାରିଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧିଙ୍କ ସହ ଆଲୋଚନା କରିସାରିଛନ୍ତି । ମେ ୨୩ ପୂର୍ବରୁ ବିରୋଧୀ ଦଳଙ୍କ ପକ୍ଷରୁ ମିଳିତ ରଣନୀତି ବୈଠକ ପାଇଁ ଯେଉଁ ପ୍ରୟାସ ଚାଲିଛି ତାକୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ, ବିଏସପି ସୁପ୍ରିମୋ ମାୟାବତୀ ସମର୍ଥନ କରୁନାହାନ୍ତି । ନୂଆ ମେଣ୍ଟ ଗଠନରେ ଜେଡିଏସ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବଗୌଡାଙ୍କ ଭୂମିକା ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.