Below header

୪୫ କିଲୋମିଟର ଦୂରରୁ ଉଠାଯାଇପାରିବ ଫଟୋ ଏହି କ୍ୟାମେରା, ସ୍ପେଶାଲ ଟେକ୍ନୋଲୋଜି ସହ କରାଯାଇଛି ପ୍ରସ୍ତୁତ

ଚାଇନାର ରିସର୍ଚ୍ଚର ଏକ ଏଭଳି କ୍ୟାମେରା ଡେଭଲପ କରିଛନ୍ତି ଯେଉଁଥିରେ ୪୫ କିଲୋମିଟର ଦୂରରୁ ମଧ୍ୟ ଫଟୋ କ୍ଳିକ୍ କରାଯାଇ ପାରିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଉପରେ ଆଧାରିତ ଏହି କ୍ୟାମେରାରେ ଲାଇଟ ଡିଟେକସନ୍ ଏଣ୍ଡ ରେଜିଂ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି। ସୂଚନା ମୁତାବକ, ଏହି କ୍ୟାମେରା ମନୁଷ୍ୟ ଆକାରର ଯେକୌଣସି ଅବଜେକ୍ଟର ଫଟୋ ୪୫ କିଲୋମିଟର ଦୂରରୁ ଉଠାଯାଇପାରିବ।

ଏହି ଡେଭଲପ୍ କ୍ୟାମେରାରେ ଧୂଆ ଏବଂ ପ୍ରଦୂଷଣର କୌଣସି ପ୍ରଭାବ ପଡିବ ନାହିଁ। ଲେଜର ଏବଂ ସ୍ମାର୍ଟ AI ସପ୍ଟଓୱାର ଜରିଆରେ ବହୁ ଦୂରତାରୁ ମଧ୍ୟ ଭଲ ଫଟୋ ଉଠାଯାଇପାରିବ।

AI-camera

ଏହି କ୍ୟାମେରାରେ LIDER(ଲାଇଟ ଡିଟେକସନ୍ ଏଣ୍ଡ ରେଜିଂ) ଟେକ୍ନୋଲୋଜିର ବ୍ୟବହାର କରାଯାଇଛି। ଏହି ଫିଚରକୁ ପୂର୍ବରୁ ମଧ୍ୟ ବିଭିନ୍ନ କ୍ୟାମେରାରେ ସଫଳ ଭାବେ ବ୍ୟବହାର କରାଯାଇ ସାରିଛି। କ୍ୟାମେରାରେ ଥିବା ଗେଟିଂ ସଫ୍ଟଓୟାର କ୍ୟାମେରା ଏବଂ ଅବଜେକ୍ଟ ମଧ୍ୟରେ ଥିବା ସମସ୍ତ ବସ୍ତୁକୁ ଅଣଦେଖା କରିଥାଏ। ଯାହା ଫଳରେ କ୍ୟାମେରାରେ ଏକ ଖାସ ଦୂରତା ପର‌୍ୟ୍ୟନ୍ତ ଫଟୋ ଉଠାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.