Below header

କଂଗ୍ରେସ ଛାଡ଼ିଲେ ଚାନ୍ଦବାଲିର ବରିଷ୍ଠ ନେତା ସତ୍ୟାନନ୍ଦ ରାଉତ

କଂଗ୍ରେସର ଆଉ ଜଣେ ପିସିସି ସମ୍ପାଦକ ଜ୍ୟୋତିପ୍ରକାଶ ମହାନ୍ତିଙ୍କ ସହ ବଲାଙ୍ଗିର ଯୁବ ମୋର୍ଚ୍ଚାର ସଭାପତି ରୂପେଶ ବେହେରା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି

କେନ୍ୟୁଜ୍ : କଂଗ୍ରେସ ଛାଡ଼ିଲେ ଚାନ୍ଦବାଲିର ବରିଷ୍ଠ ନେତା ସତ୍ୟାନନ୍ଦ ରାଉତ । ଦୀର୍ଘବର୍ଷ ଧରି ଚାନ୍ଦବାଲିରେ ଦଳର ଛାମୁଆ ସଂଗଠନରେ ପ୍ରମୂଖ ଭୂମିକା ନେଇଥିବା ସତ୍ୟାନନ୍ଦ ପିସିସି ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି । ପିସିସି ସଭାପତିଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଚଳିତ ନିର୍ବାଚନରେ ବିଧାୟକ ଟିକେଟ ପାଇଁ ଦାବିଦାର ଥିବା ସତ୍ୟାନନ୍ଦଙ୍କ ସ୍ଥାନରେ ଦିଗମ୍ବର ଦାସଙ୍କୁ ଟିକେଟ ଦେଇଥିଲା କଂଗ୍ରେସ । ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ ସତ୍ୟାନନ୍ଦ । ନିଜର ସମର୍ଥକଙ୍କ ସହ ଆଲୋଚନା କରି ଖୁବଶୀଘ୍ର ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ସେ ସୂଚନା ଦେଇଛନ୍ତି । ତାଙ୍କ ସହ କଂଗ୍ରେସର ଆଉ ଜଣେ ପିସିସି ସମ୍ପାଦକ ଜ୍ୟୋତିପ୍ରକାଶ ମହାନ୍ତି ମଧ୍ଯ ଦଳରୁ ଇସ୍ତଫା ଦେଇଛନ୍ତି। ଜ୍ୟୋତିପ୍ରକାଶଙ୍କ କହିବା କଥା, ୨୦୧୪ରେ ତାଙ୍କୁ ପ୍ରାର୍ଥୀ କରିବାକୁ କୁହାଯାଇଥିଲା। କିନ୍ତୁ ଶେଷ ମୂହୁର୍ତ୍ତରେ କାଟି ଦିଆଗଲା। ଚଳିତ ଥର ମଧ୍ୟ ତାଙ୍କୁ ପ୍ରାର୍ଥୀ କରାନଯିବାକୁ ସେ କ୍ଷୁବ୍ଧ ଅଛନ୍ତି।

rupeshସେହିପରି ବଲାଙ୍ଗିର ଜିଲ୍ଲାରେ ମଧ୍ୟ କଂଗ୍ରେସରେ ଅସନ୍ତୋଷ ଦେଖିବାକୁ ମିଳିଛି। ଦଳ ଯୁବ ମୋର୍ଚ୍ଚାକୁ ଅଣଦେଖା କରୁଥିବା ଅଭିଯୋଗରେ ଦଳ ଛାଡିଛନ୍ତି ଯୁବ ନେତା ରୂପେଶ ବେହେରା। ବଲାଙ୍ଗିର ଲୋକସଭା କ୍ଷେତ୍ର ପାଇଁ ସେ ଯୁବ ମୋର୍ଚ୍ଚାର ସଭାପତି ଦାୟିତ୍ୱରେ ଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.