Below header

ଭୁବନେଶ୍ବର ଲୋକସଭା ଓ ୫ଟି ବିଧାନସଭା ଆସନ ପାଇଁ ମୋଟ୍‌ ୧୨,୪୧,୩୯୬ଭୋଟରଙ୍କ ପାଇଁ ୧୧୫୬ଟି ବୁଥ୍

ଭୁବନେଶ୍ବର : ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ରାଜ୍ୟର ୬ଟି ଲୋକସଭା ଓ ୪୨ ବିଧାନସଭା ନିର୍ବାଚନରେ ଭୋଟ୍‌ ନିଆଯିବ। ମୈଦନାରେ ଅଛନ୍ତି ୪୧୭ ଜଣ ପ୍ରାର୍ଥୀ। ଏଥିରୁ ୫୫ ପୁରୁଷ ଓ ୬ ମହିଳା ପ୍ରାର୍ଥୀ। ତେବେ ଭୁବନେଶ୍ବର ଲୋକସଭା ଓ ୫ଟି ବିଧାନସଭା କ୍ଷେତ୍ରରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଆଜି ବିଭିନ୍ନ ବୁଥ୍‌ ମାନଙ୍କକୁ ପୁଲିଂ ପାର୍ଟିମାନେ ପହଁଚିଛନ୍ତି । ଭୁବନେଶ୍ବର ଲୋକସଭା ଓ ୫ଟି ବିଧାନସଭା ଆସନରେ ମୋଟ୍‌ ୧୨ଲକ୍ଷ ୪୧ହଜାର ୩୯୬ଜଣ ଭୋଟର ଥିବା ବେଳେ ଏଥିପାଇଁ ୧୧୫୬ଟି ବୁଥ୍ ରହିଛି। ପ୍ରତ୍ୟେକ ବୁଥ୍‌ରେ ୬ଜଣ ଲେଖାଏଁ ମୋଟ ୬୯୩୬ ଜଣ ପୁଲିଂ ଅଧିକାରୀ ଓ ଜଣେ ଲେଖାଏଁ ହିସାବରେ ମୋଟ୍‌ ୧୧୫୬ ପ୍ରିଜାଇଡିଂ ଅଫିସର ଏଭଳି ମୋଟ ୮୦୯୨ ଅଧିକାରୀଙ୍କୁ ପରିଚାଳନା ଦାୟିତ୍ବ ଦିଆଯାଇଛି।

opinion-pollଅପରପକ୍ଷେ ୧୧୫୬ଟି ବୁଥ୍‌ରୁ ୨୯୯ଟି ବୁଥ୍‌କୁ ଉତ୍ତେଜନା ପ୍ରବଣ ଭାବେ ଚିହ୍ନଟ କରାଯାଇଛି। ସେଥିପାଇଁ ଏହି ବୁଥ୍‌ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି। ଭୁବନେଶ୍ବର ଉତ୍ତରରେ ସର୍ବାଧିକ ୬୩ଟି ଉତ୍ତେଜନା ପ୍ରବଣ ବୁଥ୍‌ ରହିଛି। କୌଣସି ପରିସ୍ଥିତିରେ ଇଭିଏମ୍‌ ମେସିନ୍‌ ଖରାପ ହେଲେ ବା ମେସିନ୍‌କୁ ନେଇ କୌଣସି ସମସ୍ୟା ସୃଷ୍ଟି ହେ‌ଲେ, ସେଗୁଡ଼ିକୁ ତୁରନ୍ତ ମରାମତି କରିବା ଏବଂ ବଦଳାଇବାକୁ ବ୍ୟବସ୍ଥା କରାଯାଇଛି।

ସେହିପରି ୧୦ରୁ ୧୨ଟି ବୁଥ୍‌କୁ ନେଇ ଗୋଟିଏ ଗୋଟିଏ ସେକ୍ଟର କରାଯାଇଛି। ଏଠାରେ ଜଣେ ଜଣେ ସେକ୍ଟର ଅଫିସର ରହିଛନ୍ତି। କୌଣସି ଛୋଟମୋଟ ସମସ୍ୟା ହେଲେ ଘଟଣାସ୍ଥଳରେ ହିଁ ତାହାର ସମାଧାନ ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଇଭିଏମ୍‌ ଅଫିସ ବଦଳାଇବା ନେଇ ଯଦି ପ୍ରିଜାଇଡିଂ ଅଫିସର ଭାବନ୍ତି ତେବେ ସେକ୍ଟର ଅଧିକାରୀଙ୍କଠାରୁ ଏନେଇ ଅନୁମତି ନେବେ। ଏଥିପାଇଁ ଆବଶ୍ୟକ ଇଭିଏମ୍‌ଠାରୁ ଅତିରିକ୍ତ ୧୫ରୁ ୨୦ ପ୍ରତିଶତ ମେସିନ୍ କମିସନିଂ ପରେ ପ୍ରସ୍ତୁତ ରଖାଯାଇଛି। ସେହିଭଳି ପୁଲିଂ ବା ପ୍ରିଜାଇଡିଂ ଅଫିସର କେହି ଅନୁପସ୍ଥିତ ରହିଲେ, ସେମାନଙ୍କ ଜାଗାରେ ତୁରନ୍ତ ଅଫିସର ଯୋଗାଇଦେବା ପାଇଁ ଏହି ୫ଟି ନିର୍ବାଚନ ମଣ୍ଡଳୀ ପାଇଁ ୫୦ ଜଣ ଅଧିକାରୀଙ୍କୁ ପ୍ରସ୍ତୁତ ରଖାଯାଇଛି। ଏହି ସବୁ ବୁଥ୍‌ର ସୁପରିଚାଳନା ତଥା ଶୃଙ୍ଖଳିତ ମତଦାନ ପାଇଁ ୩ଜଣ ଅଫିସର ଦାୟିତ୍ବ‌ ନେଇଛନ୍ତି।

voteଉପଜିଲ୍ଲାପାଳଙ୍କ ଅଧୀନରେ ଜୟଦେବ ଓ ଏକାମ୍ର ବିଧାନସଭା କ୍ଷେତ୍ର ରହିଥିବା ବେ‌ଳେ ଅତିରିକ୍ତ ଉପଜିଲ୍ଲାପାଳଙ୍କ ଅଧୀନରେ ଜଟଣୀ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧୀନରେ ଭୁବନେଶ୍ବର ଉତ୍ତର ଓ ମଧ୍ୟ ବିଧାନସଭା କ୍ଷେତ୍ର ରହିଛି। ତେବେ ଏହି ମତଦାନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ପାଇଁ ପ୍ରତ୍ୟେକ ଛୋଟ ଛୋଟ କଥାକୁ ଗୁରୁତ୍ବ ଦିଆଯାଇଛି ବୋଲି ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ କହିଛନ୍ତି।ଭୁବନେଶ୍ବର ଲୋକସଭା ଆସନ ଅଧୀନରେ ଥିବା ୫ଟି ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ଏପରି ବୁଥ୍‌ ରହିଛି, ଯେଉଁଥିରେ କେବଳ ମହିଳା ଅଧିକାରୀ ମତଦାନ ପରିଚାଳନା ଦାୟିତ୍ବରେ ଅଛନ୍ତି।‌ ଏଠାରେ ପୁଲିଂ ଓ ପ୍ରିଜାଇଡିଂ ଅଫିସର ଭାବେ ମହିଳା ଅଧିକାରୀ ଦାୟିତ୍ବରେ ଅଛନ୍ତି। ପ୍ରଥମଥର ପାଇଁ ଏଭଳି ଏକ ଅଭିନବ ବ୍ୟବସ୍ଥା ହୋଇଛି। ଏହି ତାଲିକାରେ ଜୟଦେବ ନିର୍ବାଚନ ମଣ୍ଡଳୀରେ ବଡ଼ ଶ୍ରୀରାମପୁର ପ୍ରାଥମିକ ବିଦ୍ୟାଳୟର ୬୬ ନମ୍ବର ବୁଥ୍‌ ରହିଥିବା ବେଳେ ଭୁବନେଶ୍ବର ମଧ୍ୟରେ ନୂଆପଲ୍ଲୀ ସରକାରୀ ଆଶ୍ରମ ସ୍କୁଲର ୩୪ ନମ୍ବର ବୁଥ୍‌, ଭୁବନେଶ୍ବର ଉତ୍ତରରେ ଆଇଆରସି ସେକ୍ଟର ୬ର ସରକାରୀ ପ୍ରାଥମିକ ବିଦ୍ୟାଳୟର ୧୨୫ ନମ୍ବର ବୁଥ୍‌, ଏକାମ୍ରରେ ବିଜେବି କଲେଜ୍‌ର ଆର୍ଟସ ବ୍ଲକର ୭୪ନମ୍ବର ବୁଥ୍‌ ଓ ଜଟଣୀରେ ଷଣ୍ଢପୁର ପ୍ରାଥମିକ ବିଦ୍ୟାଳୟର ୨୧୨ନମ୍ବର ବୁଥ୍‌ ରହିଛି।

voterମତଦାନ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି। ୧୧୮ ଜାଗାରୁ ୱେବ୍‌କାଷ୍ଟ୍‌ ବ୍ୟବସ୍ଥା କରାଯାଇଥିବା ବେଳେ ୫୬ ଜାଗାରେ ସିସିଟିଭି ସ୍ଥାପନା କରାଯାଇଛି। ଏହାଛଡ଼ା ୧୨୫ ଜଣ ମାଇକ୍ରୋ ଅବଜରଭରଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରାଯାଇଛି। ଅନ୍ଯପଟେ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଦୃଷ୍ଟିଶକ୍ତିବାଧିତ ଭୋଟର୍‌ଙ୍କ ପାଇଁ ବ୍ରେଲି ବାଲାଟ୍‌ ବ୍ୟବସ୍ଥା ହୋଇଛି। ସେମାନେ ବାଲାଟ୍‌କୁ ସ୍ପର୍ଶ କରି ଚିହ୍ନ ଓ ଦଳ ବାବଦରେ ଅବଗତ ହୋଇପାରିବେ। ନିଜ ପସନ୍ଦ ଅନୁସାରେ ମତଦାନ କରିପାରିବେ। ପ୍ରତି ବିଧାନସଭା କ୍ଷେତ୍ର ପିଛା ୭୦ଟି ହିସାବରେ ୩୫୦ଟି ବ୍ରେଲି ବାଲାଟ୍‌ ଆସିଛି। ସେହିଭଳି ଦିବ୍ୟାଙ୍ଗଙ୍କ ପାଇଁ ମୋଟ୍‌ ୭୦୧ ହୁଇଲ ଚେୟାର ବ୍ୟବସ୍ଥା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.