Below header

ପତ୍ନୀ ଏବଂ ତିନି ଛୁଆଙ୍କୁ ହତ୍ୟା କରି ଇଞ୍ଜିନିୟର ଫେରାର, ଭିଡିଓ ସେୟାର କରି କହିଲେ-ମୁଁ ବି କରୁଛି ଆତ୍ମହତ୍ୟା

ଗାଜିଆବାଦ: ଇନ୍ଦିରାପୁରମର ଝାନଖଣ୍ଡରେ ଜଣେ ଇଞ୍ଜିନିୟର ନିଜର ପତ୍ନୀ ଏବଂ ତିନି ଛୁଆଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଖବର ଚର୍ଚ୍ଚାକୁ ଆସିଛି । ଇଞ୍ଜିନିୟର ଜଣଙ୍କ ଶନିବାର ରାତି ପ୍ରାୟ ତିନିଟାବେଳେ ଏହି କାଣ୍ଡ ଭିଆଇ ଏକ ବ୍ୟାଗ ନେଇ ଘରୁ ପଳାଇଥିଲେ । ରବିବାର ସଂନ୍ଧ୍ୟାରେ ଇଞ୍ଜିନିୟର ଜଣଙ୍କ ଫ୍ୟାମିଲି ହ୍ବାଟସପ୍ ଗ୍ରୁପରେ ଏକ ଭିଡିଓ ସେୟାର କରି ସେ ଆତ୍ମହତ୍ୟା କରୁଥିବା ନେଇ କହିଥିଲେ । ଏକଥା ଜାଣିବାପରେ ପରିବାରଲୋକେ ଇନ୍ଦିରାପୁରମ ସ୍ଥିତ ଘରେ ତତ୍କାଳୀନ ଯାଇଁ ପହଁଚିଥିଲେ ଏବଂ ପୋଲିସକୁ ଏନେଇ ସୂଚନା ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଁଚି ଗେଟ ଭାଙ୍ଗି ଭିତରକୁ ଯାଇ ସବୁ ଦେଖିବା ପରେ ଘରେ ପଡିଥିବା ଶବକୁ ଉଦ୍ଧାର କରିଥିଲା । ବର୍ତ୍ତମାନ ଅଭିଯୁକ୍ତ ଇଞ୍ଜିନିୟର ଜଣଙ୍କୁ ଖୋଜୁଛି ପୋଲିସ୍ ।

ସୂଚନା ଅନୁଯାୟୀ ଝାନଖଣ୍ଡ ଚାରିର ଏସଏସ-୧୭୫ବି ରେ ରହୁଥିବା ସୁମିତ କୁମାର ନିଜ ପତ୍ନୀ ଅଂଶୁବାଳା(୩୨)ଏବଂ ନିଜର ତିନୋଟି ପିଲା ପ୍ରଥିମେଷ(୫),ଆକ୍ରୁତି(୪)ଏବଂ ଆରବ(୪)ସହିତ ରହୁଥିଲେ । ଝିଅ ଆକ୍ରୁତି ଏବଂ ପୁଅ ଆରବ ଯାଁଳା ଛୁଆ ଥିଲେ । ପ୍ରଥିମେଷ ପ୍ରଥମ ଶ୍ରେଣୀରେ ପଢୁଥିଲେ ଏବଂ ଅଂଶୁବାଳା ଏକ ପ୍ରାଇଭେଟ୍ ସ୍କୁଲରେ ଶିକ୍ଷୟତ୍ରୀ ଥିଲେ । ସୁମିତ ବାଙ୍ଗାଲୁରୁ ସ୍ଥିତ ଆମେରିକାର ଏକ ମଲ୍ଟିନ୍ୟାସନାଲ କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ଗତ ଜାନୁଆରୀରେ ସୁମିତ୍ ଚାକିରି ଛାଡିଦେଇଥିଲେ । ଏହି କାରଣରୁ ପାରିବାରିକ କଳହ ଲାଗିରହୁଥିଲା । ଯେଉଁଥି ପାଇଁ ଶନିବାର ରାତିରେ ସେ ନିଜ ପତ୍ନୀ ଏବଂ ତିନି ଛୁଆଙ୍କୁ ହତ୍ୟା କରି ସେଠାରୁ ଫେରାର ହୋଇଯାଇଥିଲେ । ଏବଂ ରବିବାର ସଂନ୍ଧ୍ୟାରେ ନିଜ ଫ୍ୟାମିଲି ହ୍ବାଟସପ୍ ଗ୍ରୁପରେ ନିଜେ ଆତ୍ମହତ୍ୟା କରୁଥିବା ନେଇ ଏକ ଭିଡିଓ ପୋଷ୍ଟ କରି କହିଥିଲେ । ତେବେ ଏଯାଏଁ ତାଙ୍କର କୌଣସି ପତ୍ତା ମଳୁନଥିବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.