ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ତିନି ଦିନ, ଭୋଟ୍ ହାତେଇବାକୁ ପୁଳା ପୁଳା ପ୍ରତିଶ୍ରୁତି ଦେଉଛନ୍ତି ବିଭିନ୍ନ ରାଜନୈତିକ ଦଳ

ଭୁବନେଶ୍ବର (କେନ୍ୟୁଜ୍) : ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମଝିରେ ତିନି ଦିନ । ଭୋଟ୍ ହାତେଇବା ପାଇଁ ପୁଳା ପୁଳା ପ୍ରତିଶ୍ରୁତି ଦେଉଛନ୍ତି ବିଭିନ୍ନ ରାଜନୈତିକ ଦଳ । ଆଜି କଂଗ୍ରେସ ଓ ବିଜେପି ଓଡ଼ିଶା ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିବେ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଇସ୍ତାହାର କମିଟି ଅଧ୍ୟକ୍ଷ ଗଣେଶ୍ୱର ବେହେରା, ରାଜ୍ୟ ପ୍ରଭାରୀ ଟି. ଏସ୍. ସିଂହଦେଓଙ୍କ ଉପସ୍ଥିତିରେ କଂଗ୍ରେସ ଇସ୍ତାହାର ଘୋଷଣା କରିବ ।

ପୂର୍ବରୁ ରାଜ୍ୟରେ କରିଥିବା ସାଧାରଣ ସଭାରେ ରାହୁଲ ଗାନ୍ଧି ଅନେକ ପ୍ରତିଶ୍ରୁତି ଦେଇଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦କୁ ବୃଦ୍ଧି କରିବା, କୃଷି ଋଣ ଛାଡ, ଝିଅ ପରିବାର ପାଇଁ ଗରିବ ପରିବାରକୁ ଆର୍ଥିକ ସହାୟତା ଆଦି ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ଗାନ୍ଧି ।

election-3ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଭୁବନେଶ୍ୱରରେ ନିର୍ବାଚନ ଇସ୍ତାହାର ଘୋଷଣା କରିବେ । ଅମିତ ଶାହଙ୍କ ସହ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ । କିଛି ବଡ଼ ଘୋଷଣା କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖିଛି ବିଜେପି ।

ସେହିପରି ବିଜେଡି ସରକାରକୁ ଆସିଲେ, ପ୍ରଥମ ଦିନରେ ୨୫ ଲକ୍ଷ ଚାଷୀଙ୍କୁ ଦେବ ବକେୟା ୧୦ ହଜାର ଟଙ୍କା କାଳିଆ ସହାୟତା । ଦୁଇଟି କିସ୍ତି ଟଙ୍କା ଏକାଥରକେ ପ୍ରଦାନ କରାଯିବ । ଜୟପୁର ନିର୍ବାଚନ ସଭାରେ ଏହି ଘୋଷଣା କରିସାରିଛନ୍ତି ବିଜେଡି ସୁପ୍ରିମୋ । ବିଜେଡି ନିର୍ବାଚନ ଇସ୍ତାହାରରେ କୃଷକ କଲ୍ୟାଣ ଏକ ନମ୍ବର ଏଜେଣ୍ଡାରେ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.