୪୦ ରନରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଯୋସେଫଙ୍କ ୬ ୱିକେଟ୍ କଲା କମାଲ୍

ନୂଆଦିଲ୍ଲୀ : ଆଇପିଏଲର ୧୯ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଅପ୍ରତ୍ୟାଶିତ ବିଜୟ ଦେଇଛନ୍ତି ୱେଷ୍ଟଇଣ୍ଡିଜ୍ ଦ୍ରୁତ ବୋଲର ଅଲଜାରି ଯୋସେଫ। ଆଇପିଏଲ୍ ଇତିହାସରେ ଶ୍ରେଷ୍ଠ ବୋଲିଂ ସହିତ ସେ ସନରାଇଜର୍ସ ହାଇଦ୍ରାବାଦକୁ ୪୦ ରନ୍ରେ ହରାଇଛନ୍ତି। ୧୩୭ ରନକୁ ପିଛା କରିଥିବା ହାଇଦ୍ରାବାଦ ମାତ୍ର ୯୬ ରନରେ ସମସ୍ତ ୱିକେଟ୍ ହରାଇଥିଲା।

ପଞ୍ଚମ ମ୍ୟାଚରୁ ତୃତୀୟ ବିଜୟ ସହ ମୁମ୍ବାଇ ଚତୁର୍ଥକୁ ଉଠିଥିବା ବେଳେ ହାଇଦ୍ରାବାଦ ପଞ୍ଚମ ମ୍ୟାଚରୁ ଦ୍ବିତୀୟ ପରାଜୟ ବରଣ କରି ଦ୍ବିତୀୟକୁ ଖସିଯାଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତି ନେଇଥିବା ମୁମ୍ବାଇ ଇଣ୍ଡିଆନ୍ସ ସାଂଘାତିକ ବ୍ୟାଟିଂ ବିପର‌୍ୟ୍ୟୟର ସମ୍ମୁଖୀନ ହୋଇଥିଲା।

Mumbai-Indians

 

ମୁମ୍ବାଇକୁ କିନ୍ତୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ ୱେଷ୍ଟଇଣ୍ଡିଜ୍ ଦ୍ରୁତ ବୋଲର ଅଲଜାରି ଯୋସେଫ। ନିଜର ପ୍ରତି ଓଭରରେ ୱିକେଟ୍ ନେଇ ଯୋସେଫ ଚମତ୍କାର ବୋଲିଂ ପାଇଥିଲେ। ପ୍ରଥମ ଦୁଇ ଓଭରରେ ଗୋଟିଏ ଲେଖାଏଁ ଦଖଲ କରିବା ପରେ ଦ୍ବିତୀୟ ସ୍ପେଲ୍ ଦୁଇ ଓଭରରେ ୨-୨ ଲେଖାଏଁ ୱିକେଟ୍ ନେଇ ମୁମ୍ବାଇକୁ ବିଜୟୀ କରାଇଥିଲେ। ଯୋସେଫଙ୍କ ୬ ୱିକେଟ୍ ଆଇପିଏଲ୍ ଶ୍ରେଷ୍ଠ ହୋଇଥିବା ବେଳେ ମୁମ୍ବାଇ ପାଇଁ ମଧ୍ୟ ଏହା ଶ୍ରେଷ୍ଠ ବୋଲିଂ । ପଦାର୍ପଣରେ ଯୋସେଫ ମଧ୍ୟ ଶ୍ରେଷ୍ଠ ଖେଳାଳି ହେବାର ଗୌରବ ପାଇଛନ୍ତି।

ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୩୬/୭ (କିରଣ ପୋଲାର୍ଡ-୪୬ଞ୍ଚ, ସିଦ୍ଧାର୍ଥ କଉଲ୍-୨/୩୪, ମହମ୍ମଦ ନବି-୧/୧୩, ସନ୍ଦୀପ ଶର୍ମା-୧/୨୦, ରସିଦ୍ ଖାନ୍-୧/୨୭, ଭୁବନେଶ୍ବର କୁମାର-୧/୩୪)। ସନ୍ରାଇଜର୍ସ ହାଇଦ୍ରାବାଦ ୧୭.୪ ଓଭରରେ ୯୬ (ଦୀପକ ହୁଦା-୨୦, ଅଲଜାରି ଯୋସେଫ-୬/୧୨, ରାହୁଲ ଚହର-୨/୨୧, ବେହରନଡର୍ଫ-୧/୨୮)।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.