ଇଲେକଟ୍ରିକ ଗାଡି କିଣିଲେ ଦେବାକୁ ପଡିବନି ରୋଡ୍ ଟ୍ୟାକ୍ସ, କେନ୍ଦ୍ର ସରକାର ଲେଖିଲେ ରାଜ୍ୟକୁ ଚିଠି

ଦେଶରେ ଇଲେକଟ୍ରିକ୍ ବାହନକୁ ପ୍ରତ୍ସୋହନ ଦେବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଏମିତି ବାହନ ପାଇଁ ପରମିଟ୍ ଶେଷ କରିବା ପାଇଁ ପରାମର୍ଶ ଦେଇଛନ୍ତି। ସଡକ ଏବଂ ପରିବହନ ମନ୍ତ୍ରାଳୟର ସଂଯୁକ୍ତ ସଚୀବ ପକ୍ଷରୁ ଜାରୀ କରାଯାଇଥିବା ଏହି ପତ୍ର ସମସ୍ତ ରାଜ୍ୟର ପରିବହନ ପ୍ରମୁଖ ସଚିବ ଏବଂ ପରିବହନ ଆୟୁକ୍ତଙ୍କୁ ପଠାଯାଇଛି।

୧୭ ଜୁଲାଇରେ ପଠାଯାଇଥିବା ଏହି ପତ୍ରରେ କୁହାଯାଇଛି ଯେ ମନ୍ତ୍ରାଳୟର ଏକ ନୋଟିଫିକେସନ ଦେଇ କୁହାଯାଇଛି ଯେ ଇଲେକଟ୍ରୀକ ବାହନକୁ ଯାତ୍ରୀ ବାହନରେ ରେଜିଷ୍ଟର କରାଯିବ ଏବଂ ପିରାମିଟ ନେବା ପାଇଁ ଦାବି କରାଯିବ ନାହିଁ। ଏହାପୂର୍ବରୁ ୧୮ ଅକ୍ଟୋବର ୨୦୧୮କୁ ମନ୍ତ୍ରାଳୟ ଇଲେକଟ୍ରିକ୍ ବାହନକୁ ପେସେଞ୍ଜର ଟ୍ରାନ୍ସପୋର୍ଟ ପିରାମିଟ ଠାରୁ ବାହାର କରିଦିଆଯାଇଥିଲା।

car vehicleସେହିଭଳି କିଛି ରାଜ୍ୟ ଏହି ନୋଟିସକୁ ଧ୍ୟାନ ଦେଇନଥିଲେ ଏବଂ ଇଲେକଟ୍ରିକ୍ ବାହନକୁ ପିରମିଟ୍ ନେବା ପାଇଁ ଆବଶ୍ୟକ ବୋଲି କହୁଥିଲେ। ନୋଟିଫିକେସନ ଅନୁଯାୟୀ ଯେଉଁ ରାଜ୍ୟରେ ଇଲେକଟ୍ରିକ ବାହନ ଉପରେ ରୋଡ ଟ୍ୟାକ୍ସ ହ୍ରାସ ପାଇନାହିଁ ସେମାନେ ସମସ୍ତ ଇଲେକଟ୍ରିକ୍ ବାହନ ଉପରେ ଅଧିକତମ ସୀମା ପର୍ଯ୍ୟନ୍ତ ରୋଡ୍ ଟ୍ୟାକ୍ସ ରିହାତି କରିବାରେ ବିଚାର କରନ୍ତୁ।

ଏହା ସହ ପଢ଼ନ୍ତୁ : ୪ ମାସ ପରେ ବଦଳିଯିବ ଆପଣଙ୍କ ଡ୍ରାଇଭିଂ ଲାଇସେନସ୍, ସଂସଦର ନିଷ୍ପତ୍ତି

ଏତତବ୍ୟତୀତ ଇଲେକଟ୍ରିକ ବାହନକୁ ଉନ୍ନତି କରିବା ପାଇଁ ଇଲେକଟ୍ରିକ ବାହନର ପରିଚୟ ପାଇଁ ସବୁଜ ରଙ୍ଗର ନମ୍ବର ପ୍ଲେଟ୍ ଜାରୀ କରିବା ପାଇଁ କୁହାଯାଇଛି। ଏହାସହିତ ୧୭ ରୁ ୧୮ ବର୍ଷ ପର‌୍ୟ୍ୟନ୍ତ ବୟସର ଲୋକଙ୍କୁ ଇ-ସ୍କୁଟର୍ସର ଲାଇସେନ୍ସ ଦେବା ପାଇଁ କୁହାଯାଇଛି। ମନ୍ତ୍ରାଳୟର କହିବାନୁଯାୟୀ ସବୁଜ ରଙ୍ଗର ନମ୍ବର ପ୍ଲେଟ୍ ଦ୍ବାରା ରାଜ୍ୟ ଏବଂ ନଗରପାଳିକାଙ୍କ ତରଫରୁ ମିଳୁଥିବା ଫାଇଦା ଯଥା ଟୋଲ ଚାର୍ଜ ଏବଂ ପାର୍କିଂ ଫିସରେ ରିହାତିର ଲାଭ ଉଠାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.