ଏମିତି ବିଶ୍ୱାସ ଭାଙ୍ଗିଲେ ଭାବୀ ସ୍ୱାମୀ, ଆଉ କଥା କହି ପାରୁ ନାହାନ୍ତି ଯୁବତୀ; ମାମଲା ଏବେ କୋର୍ଟରେ

ଯେତେବେଳେ ଜଣେ ନିଜ ଲୋକ ଆଘାତ ଦିଏ ତାହାହେଲେ ମନକୁ ଭାରି କଷ୍ଟ ହୁଏ । ଦିଲ୍ଲୀରେ ଏଭଳି ଏକ ଘଟଣା ଘଟିଛି ଯେଉଁଥିରେ ଜଣେ ଯୁବତୀ ଏତେ ମର୍ମାହତ ହୋଇ ପଡ଼ିଛନ୍ତିି ଯେ ତାଙ୍କର ବାକ୍‌ ଶକ୍ତି ବା କଥା କହିବା ଶକ୍ତି ହରାଇ ବସିଛନ୍ତି । ଏହି ଯୁବତୀ ଜଣଙ୍କୁ ତାଙ୍କ ଭାବି ସ୍ବାମୀ ବଳାତ୍କାର କରିଥିବା ଅଭିଯୋଗ ଆସିଛି। ଘଟଣା ପରେ ପରେ ଯୁବକ ଜଣଙ୍କ ବିବାହ କରିବା ପାଇଁ ମନା କରି ଦେଇଛନ୍ତି। ହେଲେ ଏହି ଘଟଣାରେ ଯୁବତୀଙ୍କୁ ଏଭଳି ଶକ୍ତ ଧକ୍କା ଲାଗିଛି ଯେ ସେ ଆଉ କଥା କହି ପାରୁ ନାହାନ୍ତି । ଅବଶ୍ୟ ଯୁବତୀ ଜଣକ ଅଭିଯୁକ୍ତଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରିଛନ୍ତି।

କୋର୍ଟରେ ମହିଳା ଜଣଙ୍କ ଇସାରାରେ ଜବାବ ଦେଇଛନ୍ତି। ମାଜିଷ୍ଟ୍ରେଟଙ୍କ ସାମନାରେ ପୀଡିତା ତାଙ୍କର  ଲିଖିତ ବୟାନ ରୁଜୁ କରିଛନ୍ତି। ରିପୋର୍ଟ ଅନୁଯାୟୀ ସ୍ବର ହଜାଇ ଦେଇଥିବା ଏହି ଯୁବତୀ ଜଣକ ଇସାରାରେ କେସକୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ। 

ଏହା ସହ ପଢ଼ନ୍ତୁ : କ୍ରେଡିଟ କାର୍ଡ ବିଲ୍ ନ ଦେଇପାରିବାରୁ ୪ ବର୍ଷର ଝିଅକୁ ଧରି ଛାତରୁ ଡେଇଁ ଆତ୍ମହତ୍ୟା କଲେ ବ୍ୟକ୍ତି

ଅଦାଲତ ଜଣାଇଛନ୍ତି ଯେ ଯୁବତୀ ଜଣଙ୍କ ଲିଖିତ ଆକାରରେ ବୟାନ ଦେଇପାରିବେ। ମାମଲାର ତଦନ୍ତ ତୁରନ୍ତ କରିବା ପାଇଁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.