ପାରିବାରିକ ଗଣ୍ଡଗୋଳକୁ ନେଇ ସ୍ତ୍ରୀ ବେକ କାଟିଲେ ସ୍ବାମୀ

ନବରଙ୍ଗପୁର : ଅପରାଧ ଦିନକୁ ଦିନ ତାହାର ଚରମ ସୀମା ପାର କରିବାରେ ଲାଗିଛି। ସେପଟେ ଏମିତି ଆଉ ଏକ ଘଟଣା ଘଟିଛି ନବରଙ୍ଗପୁରରେ । ଏଠିବି ସେମିତି ହୃଦୟ ବିଦାରକ ଦୃଶ୍ୟ । ପାରିବାରିକ କଳହ ଯୋଗୁ ଅତି ନୃସଂଶ ଭାବେ ଏକ ବ୍ଲେଡରେ ସ୍ତ୍ରୀର ବେକ କାଟି ଦେଇଛି ସ୍ୱାମୀ ।

ଅଭିଯୋଗ ଅନୁଯାୟୀ , ସ୍ବାମୀ ଏକ ଧାରୁଆ ବ୍ଲେଟରେ ବେକ କାଟିବାରୁ ଘଟଣା ସ୍ଥଳରେ ମହିଳାଙ୍କର ମୃତ୍ୟ ହୋଇଛି। ଏହି ଅଭାବନୀୟ ଘଟଣା ଉମରକୋଟ ସହରର ଡେପଗୁଡା ସାହିରେ ଘଟଥିବା ବେଳେ ମୃତ ସ୍ତ୍ରୀଙ୍କ ନାମ ରୁବିନି ହରିଜନ(୪୦) ଜଣାପଡ଼ିଛି । ଅଭିଯୁକ୍ତ ସ୍ବାମୀ ନାଥୁ ହରିଜନ ଉମରକୋଟ ଥାନାରେ ଖୋଦ ଆତ୍ମ ସମର୍ପଣ କରିବା ପରେ ଘଟଣାଟିର ତଦନ୍ତ ଚଳାଇଛିବ ପୁଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.