ରଜ ସଂକ୍ରାନ୍ତି ପାଇଁ ଗାଁଠୁ ସହର ଉତ୍ସବମୁଖର , ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜି ରଜ ସଂକ୍ରାନ୍ତି । ସବୁଠି ମଉଜ, ପୁରପଲ୍ଲୀରେ ଉତ୍ସବର ପରିବେଶ । ସଂକ୍ରାନ୍ତି ପାଇଁ ବିଭିନ୍ନ ଦେବୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ଘରୁ ଘରୁ ଭାସିଆସୁଛି ପିଠାପଣା, ମିଠା ଓ ନାନା ବ୍ୟଞ୍ଜନର ବାସ୍ନା । ଗାଁ ଦାଣ୍ଡ ଦୁଲୁକୁଛି । ଝିଅ, ବୋହୂମାନେ ସଜେଇ ହୋଇ ନୂଆ ପୋଷାକ ପିନ୍ଧି ବୁଲୁଛନ୍ତି । ଦୋଳିର ମଜା ନେଉଛନ୍ତି ସଭିଏଁ । ବିଭିନ୍ନ ସ୍ଥାନରେ ଭଳିକି ଭଳି ଦୋଳି ଲାଗିଛି । ପାଗ ଅନୁକୂଳ ଥିବାରୁ ବିଭିନ୍ନ ସ୍ଥାନରେ ତାସ, ଲୁଡୁ, ପାଲିର ଆସର ଜମିଛି । ସେହିପରି କିଛି କବାଡ଼ି ସାଙ୍ଗକୁ ନାନା ପ୍ରତିଯୋଗିତା ଆୟୋଜନ କରାଯାଉଛି । ତିନି ଧରି ଚାଲିବ ରଜ ପର୍ବ ।

ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରଜ ଉତ୍ସବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରିଦେଉ ବୋଲି ସେ କାମନା କରିଛନ୍ତି। ଉଭୟ ଓଡ଼ିଆ ଓ ଇଂଲିସରେ ଟ୍ଵିଟ୍ କରି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.