ଫୁଲବାଣୀ ମେଡିକାଲ ଅଚାନକ ଗସ୍ତ କଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ, କର୍ମଚାରୀ ହେଲେ ତାଜୁବ୍ 

ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଅଚାନକ ପରିଦର୍ଶନ। ଡାକ୍ତରଖାନାର ପରିଷ୍କାର ପରିଚ୍ଛନ୍ନତା ଦେଖି ଏହାର ପ୍ରଶଂସା କରିଛନ୍ତି। ଏହାସହ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଡ. ସାମନ୍ତ। ଡାକ୍ତରଖାନାରେ ଚିକିତ୍ସାର ମାନ ବୃଦ୍ଧି ନେଇ କଣ ସବୁ ଅଧିକ ପଦକ୍ଷେପ ନିଆଯାଇପାରିବ ତାହା ମଧ୍ୟ ପଚାରି ବୁଝିଛନ୍ତି ଡ. ଅଚ୍ୟୁତ ସାମନ୍ତ। ସକାଳୁ ସକାଳୁ ହଠାତ ସାଂସଦଙ୍କ ଏପରି ଅଚାନକ ଗସ୍ତକୁ ଦେଖି କର୍ମଚାରୀମାନେ ଚଳଚଞ୍ଚଳ ହୋଇ ଉଠିଥିଲେ। କିଛି ସମୟ ମେଡିକାଲ ପରିସରରେ ବୁଲିସାରିବା ପରେ ସାଂସଦ ନିଜ ବାସଭବନକୁ ଫେରିଆସିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.