‘ନିଟ୍‌ ପ୍ରବେଶିକା ପରୀକ୍ଷା-୨୦୨୦’ର ତାରିଖ ଘୋଷିତ, ଜାଣନ୍ତୁ କ’ଣ ରହିଛି ପାର୍ଟନ

ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(NIIT) ଅଧୀନରେ ଏମବିବିଏସ୍‌ ଓ ବିଡିଏସ୍‌ ସ୍ନାତକ ପାଠ୍ୟକ୍ରମ ଲାଗି ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଏହି ପ୍ରବେଶିକା ପରୀକ୍ଷା ଆସନ୍ତା ୨୦୨୦ ମେ ୩ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଆବେଦନ ପ୍ରକ୍ରିୟା ଡିସେମ୍ବର ୨ରୁ ଆରମ୍ଭ ହୋଇଯିବ। ଅନଲାଇନ୍‌ ଆବେଦନ ପାଇଁ ଶେଷ ତାରିଖ ଡିସେମ୍ବର ୩୧ ରହିଛି। ଇଚ୍ଛୁକ ପରୀକ୍ଷାର୍ଥୀ NIIT ଅଫିସିଆଲ େଓ୍ଵବସାଇଟ୍‌ www.ntaneet.nic.inକୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେହିମାନେ ହିଁ କେବଳ ନିଟ୍‌ ପରୀକ୍ଷା ଦେଇପାରିବେ। ନିଟ୍‌ ଅଫିସିଆଲ ନୋଟିଫିକେଶନ ମୁତାବକ, ପ୍ରବେଶିକା ପରୀକ୍ଷା ଅଫଲାଇନ୍‌ ମୋଡରେ କରାଯିବ। ଏଥିପାଇଁ ଆସନ୍ତା ମାର୍ଚ୍ଚ ୨୭ରୁ ଡାଉନଲୋଡ୍‌ କରାଯାଇପାରିବ ଏବଂ ପରୀକ୍ଷା ଫଳ ଜୁନ୍‌ ୪ରେ ପ୍ରକାଶ ପାଇବ।

NIT

ଏହାସହ ପଢ଼ନ୍ତୁ: ଋଣ ଦେଲାନି ସରକାରୀ ବ୍ୟାଙ୍କ, କିଡନୀ ବିକିବାକୁ ନିଷ୍ପତ୍ତି ନେଲେ ହତାଶ ଯୁବକ, ଘର କାନ୍ଥରେ ମାରିଦେଲେ ଏଭଳି ବିଜ୍ଞାପନ

କ’ଣ ରହିଛି ପାର୍ଟନ

ନିଟ୍‌ ପରୀକ୍ଷାରେ ମୂଳତଃ ୩ଟି ବିଷୟ ଉପରେ ପ୍ରଶ୍ନ ପଚରାଯିବ। ଫିଜିକ୍ସ, କେମିଷ୍ଟ୍ରି ଏବଂ ବାୟୋଲୋଜି ବିଷୟ ସମ୍ବନ୍ଧରେ ମୋଟ ୧୮୦ଟି ପ୍ରଶ୍ନ ଆସିବ। ବାୟୋଲୋଜିରୁ ୯୦ଟି ପ୍ରଶ୍ନ ଏବଂ ଫିଜିକ୍ସ ଓ କେମିଷ୍ଟ୍ରିରୁ ୪୫ଟି ଲେଖାଏ ପ୍ରଶ୍ନ ପଚରାଯିବ। ପରୀକ୍ଷାର ସମୟ ସୀମା ୩ ଘଣ୍ଟା ରହିବ। ପ୍ରତ୍ୟେକ ଠିକ୍‌ ଉତ୍ତର ପାଇଁ ୪ ମାର୍କ ଏବଂ ଭୁଲ୍‌ ଉତ୍ତର ପାଇଁ ନେଗେଟିଭ୍‌ ମାର୍କିଙ୍ଗ୍‌ର ନିୟମ ରହିଛି। ପରୀକ୍ଷାର୍ଥୀ ଯେଉଁ ପ୍ରଶ୍ନର ଉତ୍ତର ଦେବାକୁ ନ ଚାହିଁବେ, ସେଥିପାଇଁ କୌଣସି ମାର୍କ କଟିବ ନାହିଁ। ସିଲାବସରେ NCERTର ଏକାଦଶ ଓ ଦ୍ୱାଦଶ ପାଠ୍ୟପୁସ୍ତକକୁ ସାମିଲ କରାଯାଇଛି।

କହି ରଖୁଛୁ ଯେ ରାଷ୍ଟ୍ରୀୟ ପ୍ରଶିକ୍ଷଶ ଏଜେନ୍ସି(NTA)କୁ ପ୍ରବେଶିକା ପରୀକ୍ଷା ଆୟୋଜନ କରିବା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହା ପୂର୍ବରୁ NIIT, UG, JEE, NET ଆଦିର ପ୍ରବେଶିକା ପରୀକ୍ଷା CBSE ଦ୍ୱାରା ଆୟୋଜିତ ହେଉଥିଲା। ବର୍ତ୍ତମାନ ଦ୍ୱିତୀୟ ଥର ପାଇଁ NTA ନିଟ୍‌ ପରୀକ୍ଷା ଆୟୋଜନ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.