କଶ୍ମୀର ମାମଲାର ଅନ୍ତର୍ଜାତୀୟ କରଣ କରାଯାଉଛି, ସେଥିପାଇଁ କିଛି ବି ପଦକ୍ଷେପ ନେବି : ଇମ୍ରାନ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରାଷ୍ଟ୍ରକୁ ସମ୍ବୋଧନରେ ଉଠାଇଲେ କଶ୍ମୀର ପ୍ରସଙ୍ଗ। ନିଜ ବକ୍ତବ୍ୟ ଆରମ୍ଭରୁ ହିଁ ସେ କଶ୍ମୀର ସଂପର୍କରେ କହିବେ ବୋଲି ଜଣାଇ ଦେଇଥିଲେ। କଶ୍ମୀର ମାମଲାର ଅନ୍ତର୍ଜାତୀୟକରଣ କରାଯାଉଥିବା ସେ କହିଛନ୍ତି। ଏହା ସହ କଶ୍ମୀର ପାଇଁ ସେ କିଛି ବି ପଦକ୍ଷେପ ନେବେ ବୋଲି ଇମ୍ରାନ କହିଛନ୍ତି। କଶ୍ମୀର ମାମଲାକୁ ସେ ମିଳିତ ଜାତିସଂଘର ଜେନେରାଲ ଆସେମ୍ବ୍ଲିରେ ସେପ୍ଟେମ୍ବର ୨୭ତାରିଖରେ ଉପସ୍ଥାପନ କରିବେ ବୋଲି କହିଛନ୍ତି। ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତାବ ଦେଉଥିବା ବେଳେ ଭାରତ ବାରମ୍ବାର ଆତଙ୍କବାଦ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉଠାଉଥିବା ସେ ଅଭିଯୋଗ ଆଣିଛନ୍ତି। ଏହା ସହ ଭାରତ ଗୋଟିଏ ପାଦ ଆଗେଇଲେ ସେ ବି ସହଯୋଗର ପାଦ ବଢାଇବେ ବୋଲି କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.