ମୋଦି-ଟ୍ରମ୍ପଙ୍କ ଫ୍ରେଣ୍ଡଲୀ ହ୍ୟାଣ୍ଡସେକ୍‌କୁ ଦେଖି ପାକିସ୍ତାନ ବିଚଳିତ, ଲାଗିଲା ୪୫୦ ଭୋଲ୍ଟର ଝଟକା

କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆଉ କହିବେନି ଟ୍ରମ୍ପ । ଜି-୭ ସମ୍ମିଳନୀରେ ଟ୍ରମ୍ପଙ୍କୁ ମନେଇଲେ ମୋଦି। ଜମ୍ମୁ-କାଶ୍ମୀର ପ୍ରସଙ୍ଗ ସଂପୂର୍ଣ୍ଣ ଭାବେ ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ ପ୍ରସଙ୍ଗ । ଟ୍ରମ୍ପଙ୍କୁ ଏହା ସ୍ପଷ୍ଟ ଭାବେ ବୁଝାଇ ଦେଇଛନ୍ତି ମୋଦି। କାଶ୍ମୀର ସ୍ଥିତି ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣ ଭିତରେ ରହିଛି ବୋଲି ଟ୍ରମ୍ପଙ୍କୁ ଅବଗତ କରିଥିଲେ ମୋଦି । ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ପରେ ଟ୍ରମ୍ପ କହିଥିଲେ କେବଳ କାଶ୍ମୀର ପ୍ରସଙ୍ଗ ନୁହେଁ ଭାରତ-ପାକିସ୍ତାନର ସମସ୍ତ ପ୍ରସଙ୍ଗ ଦ୍ୱିପାକ୍ଷିକ। ୧୯୪୭ ପୂର୍ବରୁ ସେମାନେ ଏକାଠି ଥିଲେ । ଏବେ ଯାହା କରିବେ, ବେଶ ଭଲ କରିବେ ବୋଲି ମୋର ବିଶ୍ୱାସ ରହିଛି। ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ମୋଦିଙ୍କୁ ଜଣେ ମହାନ ନେତା ବୋଲି କହିଥିଲେ ଟ୍ରମ୍ପ।

modi trump

ଦୁଇ ନେତାଙ୍କ ମଧ୍ୟରେ ବେଶ ସକରାତ୍ମକ ଆଲୋଚନା ହୋଇଥିଲା। ଆଲୋଚନା ଭିତରେ ଆମେରିକା ରାଷ୍ଟ୍ରପତିଙ୍କ ମଜାଳିଆ ମିଜାଜ ଦେଖିବାକୁ ମିଳିଥିଲା। ଟ୍ରମ୍ପ କହିଥିଲେ, ମୋଦି ବହୁତ ଭଲ ଇଂରାଜୀ କହିପାରନ୍ତି, ହେଲେ ସେ ବେଶି କଥା କହୁ ନାହାନ୍ତି।

ଆହୁରି ପଢନ୍ତୁ: ସଂଜୟ ଦତ୍ତ ରାଜନୀତିରେ ଯୋଗ ଦେବେ, ଚର୍ଚ୍ଚା ନା ସତ ଜାଣନ୍ତୁ

ଜି-୭ରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ ମୋଦି। ସମ୍ମିଳନୀ ଅବସରରେ ଏହି ଦୁଇ ନେତାଙ୍କ ଆଲୋଚନାର ନିର୍ଯାସ ଉପରେ ପାକିସ୍ତାନର ନଜର ଥିଲା। ଟ୍ରମ୍ପଙ୍କୁ ମୋଦି ମନେଇବା ପରେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.