ଜାଣିଛନ୍ତି କି ଶବର ପୋଷ୍ଟମର୍ଟମ କେବଳ ଦିନରେ ହିଁ କାହିଁକି କରାଯାଏ ରାତିରେ କାହିଁକି ନୁହେଁ ?

ସାଧାରଣତଃ ଏମିତି ଅନେକ ପ୍ରଶ୍ନ ମନକୁ ଆସିଥାଏ ଯାହାର ଉତ୍ତର ମିଳିବା ଟିକେ ମୁସ୍କିଲ ହୋଇଥାଏ କିନ୍ତୁ ଅସମ୍ଭବ ନୁହେଁ । ଏପରି ଏକ ପ୍ରଶ୍ନ ହେଉଛି ଶବମାନଙ୍କୁ ପୋଷ୍ଟମର୍ଟମ ଦିନରେ କାହିଁକି କରାଯାଇଥାଏ ରାତିରେ କାହିଁକି ନୁହେଁ ? ଏହା ପଛରେ ଥିବା କାରଣ ବୋଧହୁଏ ସମସ୍ତଙ୍କୁ ଜଣାନଥିବ । ଆସନ୍ତୁ ଜାଣିବା ଏହା ପଛରେ ଥିବା ବୈଜ୍ଞାନିକ କାରଣ ।

Image result for know about postmortem

ପ୍ରଥମତଃ ଆପଣ ଏହା ଜାଣନ୍ତୁ ଯେ ପୋଷ୍ଟମର୍ଟମ କରାଯାଇଥାଏ କାହିଁକି ? ପ୍ରକୃତରେ ପୋଷ୍ଟମର୍ଟମ ଏକ ପ୍ରକାରର ଅପରେସନ ହୋଇଥାଏ । ଯେଉଁଥିରେ ଶବ ମାନଙ୍କୁ ପରୀକ୍ଷା କରାଯାଇଥାଏ ଏବଂ ମଣିଷର ମୃତ୍ୟୁର କାରଣ ଜାଣିବା ପାଇଁ ଶବ ମାନଙ୍କୁ ପରୀକ୍ଷା କରା ଯାଇଥାଏ ।

what exactly happens in postmortem room, worker reveals all

ପୋଷ୍ଟମର୍ଟମ ପାଇଁ ମୃତକଙ୍କ ପରିବାର ଲୋକଙ୍କ ଅନୁମତିର ନିଶ୍ଚିତ ଭାବେ ଆବଶ୍ୟକତା ରହିଛି । ପରିବାର କିମ୍ବା ସମ୍ବନ୍ଧିୟଙ୍କ ସହମତି ବିନା ଏହା ହୋଇପାରେ ନାହିଁ କିନ୍ତୁ କିଛି କ୍ଷେତ୍ରରେ ପୋଲିସ ଅଧିକାରୀ ମାନେ ମଧ୍ୟ ପୋଷ୍ଟମର୍ଟମ ପାଇଁ ଆଦେଶ ଦେଇଥାନ୍ତି ଯେପରିକି ହତ୍ୟା ।

what exactly happens in postmortem room, worker reveals all

ସୂଚନା ଅନୁଯାୟୀ ମଣିଷର ମୃତ୍ୟୁ ପରେ ତାକୁ ୬ ରୁ ୧୦ ଘଣ୍ଟା ମଧ୍ୟରେ ପୋଷ୍ଟମର୍ଟମ କରିବାକୁ ପଡିଥାଏ । କାରଣ ଏହି ସମୟ ବିତିଗଲା ପରେ ଶବ ମଧ୍ୟରେ ପ୍ରାକୃତିକ ପରିବର୍ତ୍ତନ ଘଟିଥାଏ ଯେପରିକି ସଙ୍କୁଚିତ ହେବା ।

what exactly happens in postmortem room, worker reveals all

ଶବକୁ ପୋଷ୍ଟମର୍ଟମ କରିବାର ସମୟ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ହୋଇଥାଏ । ଏହା ପଛର କାରଣ ହେଉଛି ରାତିରେ ଟ୍ୟୁବଲାଇଟ ବା ଏଲଇଡ଼ିର କୃତ୍ରିମ ଆଲୋକରେ କ୍ଷତର ରଙ୍ଗ ଲାଲ ବଦଳରେ ବାଇଗଣୀ ଦେଖାଯାଇଥାଏ । ଏବଂ ଫୋରେନସିକ ସାଇନ୍ସରେ ବାଇଗଣୀ ରଙ୍ଗକୁ କ୍ଷତ ବୋଲି ଉଲ୍ଲେଖ କରାଯାଇନାହିଁ ।

ଏହାସହ ପଢନ୍ତୁ ଏମିତିବି ଘଟିପାରେ ଘଟଣା ଯାହା ଆପଣଙ୍କୁ କରିଦେବ ସ୍ତବ୍ଧ, ଦେଖନ୍ତୁ ଭିଡିଓ

ରାତିରେ ପୋଷ୍ଟମର୍ଟମ ନକରିବାର ଏକ ଧାର୍ମିକ କାରଣ ମଧ୍ୟ ରହିଛି । କାରଣ ଅନେକ ଧର୍ମରେ ରାତିରେ ଅନ୍ତିମ ସଂସ୍କାର କରାଯାଏ ନାହିଁ । ସେଥିପାଇଁ ଅନେକ ଲୋକ ମୃତକର ପୋଷ୍ଟମର୍ଟମ ରାତିରେ କରିବାକୁ ଦିଅନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.