ଘଟଗାଁ: ଚପଳ ବୟସରେ ବାଚାଳ ବୁଦ୍ଧି, ଛୁରୀ ଦେଖାଇ ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ କଲେ ଅଷ୍ଟମ ଶ୍ରେଣୀ ଛାତ୍ର

ଛୁରୀ ଦେଖାଇ ଛାତ୍ରୀଙ୍କୁ ପ୍ରେମ ନିବେଦନ କଲେ ଅଷ୍ଟମ ଶ୍ରେଣୀ ଛାତ୍ର । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅର୍ନ୍ତଗତ ବ୍ରାହ୍ମଳୀପାଳ ଅଞ୍ଚଳରେ । ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର , ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଛୁରୀ ଦେଖାଇ ପ୍ରେମ ନିବେଦନ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ପରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ପରେ ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଦୈତାରୀ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.