ପ୍ରେମିକା ସହ ହୋଟେଲରେ ରହିବା ବେଳେ ପୋଲିସ ହଇରାଣ କରୁଛି କି ? ତେବେ ନିଅନ୍ତୁ ଏହି ପଦକ୍ଷେପ

ଯଦି ଆପଣ ନିଜ ଗାର୍ଲଫ୍ରେଣ୍ଡ ସହିତ କୌଣସି ହୋଟେଲରେ ରହୁଛନ୍ତି ଏବଂ ପୋଲିସ ଆପଣଙ୍କ ପାଖକୁ ତଦନ୍ତ କରିବାକୁ ଆସୁଛି ତାହେଲେ ଆପଣଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଅବିବାହିତ ଯୁବକ ଯୁବତୀ ଏକା ସଙ୍ଗେ ହୋଟେଲରେ ରହିବା କୌଣସି ଅପରାଧ ନୁହେଁ । ଜାଣି ରଖନ୍ତୁ ହୋଟଲରେ ରହୁଥିବା କୌଣସି ଅନମ୍ୟାରେଡ କପଲଙ୍କୁ ହଇରାଣ କରିବା କିମ୍ବା ତାଙ୍କୁ ଗିରଫ କରିବା ପାଇଁ ପୋଲିସର କୌଣସି ଅଧିକାର ନାହିଁ ।

 

Related image

ସୁପ୍ରିମ କୋର୍ଟର ସିନିୟର ଆଡ଼ଭୋକେଟ ବିନୟ କୁମାର ବର୍ଗଙ୍କ କହିବା ଅନୁଯାୟୀ ଅବିବାହିତ ଯୁବକ ଯୁବତୀ ମାନେ ଏକା ସହିତ ହୋଟେଲରେ ରହିବା ଏବଂ ନିଜ ସହମତିରେ ଶାରୀରିକ ସମ୍ବନ୍ଧ ରଖିବା ସେମାନଙ୍କର ମୌଳିକ ଅଧିକାର ଅଟେ କିନ୍ତୁ ଏଥିପାଇଁ ଦୁଇଜଣ ସାବାଳକ ହେବା ଆବଶ୍ୟକ । ଆର୍ଟିକିଲ ୨୧ ଦ୍ୱାରା ମିଳିଥିବା ମୌଳିକ ଅଧିକାର ଅନୁଯାୟୀ ନିଜ ଇଛାରେ ରହିବା ଏବଂ ଶାରୀରିକ ସମ୍ବନ୍ଧ ବନାଇବାର ଅଧିକାର ସମସ୍ତଙ୍କର ରହିଛି ଏବଂ ଏଥିପାଇଁ ବିବାହ ବନ୍ଧନରେ ବାନ୍ଧି ହେବାର ଆବଶ୍ୟକତା ନାହିଁ ବୋଲି ବୋଲି ସୁପ୍ରିମ କୋର୍ଟ କହିଛି ।

 

Related image

ଏହାର ଅର୍ଥ ହେଉଛି ଯଦି କୌଣସି ପ୍ରେମୀଯୁଗଳ ବିବାହ ନକରି ମଧ୍ୟ କୌଣସି ହୋଟେଲରେ ଏକ ସହିତ ରହୁଛନ୍ତି ତାହେଲେ ଏହା ସେମାନଙ୍କର ମୌଳିକ ଅଧିକାର ଅଟେ । ଯଦି ଏହି ସମୟରେ ତାଙ୍କୁ କୌଣସି ପୋଲିସ ଗିରଫ କରେ ତାହେଲେ ଏହା ତାଙ୍କ ମୌଳିକ ଅଧିକାର ଉପରେ ହସ୍ତକ୍ଷେପ କରିବା ଭଳି ହେବ । ସେଥିପାଇଁ କପଲ ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ଆର୍ଟିକିଲ ୩୨ ଅନୂଯାୟୀ ସୁପ୍ରିମକୋର୍ଟ ଏବଂ ୨୨୬ ଦ୍ୱାରା ସିଧାସଳଖ ହାଇକୋର୍ଟ ପର୍ଯ୍ୟନ୍ତ ପହଂଚି ପାରିବେ ।

 

ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ ହଇରାଣ କରୁଥିବା ପୋଲିସଙ୍କ ବିରୋଧରେ ସେମାନେ ଜିଲ୍ଲା ପୋଲିସ ଅଧ୍ୟକ୍ଷକ କିମ୍ବା ତାଙ୍କ ଉପର ପୋଲିସ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିପାରିବେ । ଏହା ବ୍ୟତୀତ ସେମାନେ ମାନବାଧିକାର ନିକଟରେ ମଧ୍ୟ ଅଭିଯୋଗ କରିପାରିବେ ।

Image result for police and bf gf in hotel

ହୋଟେଲରେ ଛାନଭିନ କାହିଁକି କରିଥାଏ ପୋଲିସ ?

କୌଣସି ପ୍ରେମୀଯୁଗଳଙ୍କୁ ଗିରଫ କରିବା ପାଇଁ କିମ୍ବା ତାଙ୍କୁ ହଇରାଣ କରିବା ପାଇଁ ପୋଲିସ ହୋଟେଲରେ ଛାନଭିନ କରିନଥାଏ । ଭାରତରେ ବେସ୍ୟାବୃତ୍ତିକୁ ଅପରାଧ ବୋଲି ମାନି ନିଆଯାଇଥାଏ ଏବଂ ଏହା ବିରୋଧରେ ତଦନ୍ତ କରିବା ପାଇଁ କିମ୍ବା କୌଣସି ଅପରାଧୀ ହୋଟେଲରେ ଲୁଚି ରହିଥିବା ଆଶଙ୍କାରେ ପୋଲିସ ହୋଟେଲରେ ଛାନଭିନ କରିଥାଏ ।

ଏହାସହ ପଢନ୍ତୁ ମାଂସ ପାଇଁ ଆଉ ହତ୍ୟା କରାଯିବନି ପଶୁ ଏଣିକି ବୈଜ୍ଞାନିକମାନେ ପ୍ରସ୍ତୁତ କରିବେ ମାଂସ, ଜାଣନ୍ତୁ କଣ ରହିଛି ଫାଇଦା

ଯଦି କୌଣସି ଅବିବାହିତ ଯୁବକ ଯୁବତୀ ହୋଟେଲରେ ରହୁଛନ୍ତି ଏବଂ ପୋଲିସ ତଦନ୍ତ କରିବା ପାଇଁ ସେମାନଙ୍କ ପାଖାକୁ ଆସୁଛି ତାହେଲେ ସେହି ସମୟରେ ସେମାନଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ । କାରଣ ପୋଲିସ କହିବା ଅନୁଯାୟୀ ସେମାନଙ୍କୁ ନିଜ ନିଜର ଆଇଡି ପୃଫ ଦେଖାଇବାକୁ ପଡିବ । ଯାହାଦ୍ୱାରା ସେମାନେ ନିଜ ସହମତିରେ ହୋଟେଲରେ ରହୁଛନ୍ତି ଏବଂ ବେସ୍ୟାବୃତ୍ତି ଭଳି କୌଣସି କାର୍ଯ୍ୟରେ ଲିପ୍ତ ନାହାନ୍ତି ବୋଲି ପ୍ରମାଣିତ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.