ମାଲକାନଗିରି ସୀମାନ୍ତରେ ପୁଣୀ ମାଓ ହିଂସା : ଜାଳି ଦେଲେ ୫ଟି ଟ୍ରକ୍‌

ମାଲକାନଗିରି : ପୁଣି ମାଓ ହିଂସା। ଛତିଶଗଡ଼ ଦାନ୍ତେଓ୍ଵାଡା ବାଚୋଲିରେ ୫ଟି ଟ୍ରକ୍‌ ପୋଡି ଦେଲେ ମାଓବାଦୀ । ୩ ଦିନରେ ଲାଲ୍‌ବାହିନୀ ଜାଳିଦେଲେଣି ୯ଟି ଗାଡି । ଗତକାଲି ରାତିରେ ପ୍ରାୟ ୫୦ରୁ ଅଧିକ ମାଓବାଦୀ ଆସି ଏକ ଟ୍ରାନ୍ସପୋର୍ଟ କମ୍ପାନୀ ଆଗରେ ଟ୍ରକ ଗୁଡିକ ଛିଡା ହୋଇଥିବା ବେଳେ ସେଥିରେ ନିଆଁ ଲଗାଇଦେଇଥିଲେ । ଏହି ଟ୍ରକ ଗୁଡିକ ମାଇନ୍‌ସରେ ଖନନ କାମରେ ଲାଗିଥିଲେ । ଏହାକୁ ମାଓବାଦୀ ବିରୋଧ କରି ଆସୁଥିଲେ। ଏହି ଘଟଣା ପରେ ପୋଲିସ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି।

Leave A Reply

Your email address will not be published.