କ୍ୟାନସର ସମେତ ଶରୀରକୁ ବିଭିନ୍ନ ରୋଗରୁ ଦୂରେଇ ରଖେ ପତ୍ରକୋବି

କୋବି ଖାଇବାକୁ ଆମେମାନେ ବେଶ୍‌ ଭଲପାଉ । ତାହା ପତ୍ରକୋବି ହେଉ ଅବା ଫୁଲକୋବି। କୋବିରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ କରି ଖାଇଥାଉ। କିନ୍ତୁ ବେଳେ ଆଜିକାଲିର ଯୁବପିଢି ଏହାକୁ ଖାଇବାକୁ ନାପସନ୍ଦ କରିଥାନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଏହା ଖାଇବା ଦ୍ୱାରା ଆମ ଶରୀରରୁ ଅନେକ ରୋଗ ଦୂର ହୋଇଥାଏ। ପତ୍ରକୋବିରେ ଭରପୂର ମାତ୍ରାରେ ଭିଟାମିନ ଏବଂ ମିନେରାଲ୍ସ ରହିଛି। ଏଥିରେ ଥିବା ଆଇରନ, ସଲଫର ଏବଂ ମିନେରାଲ୍ସର ସନ୍ତୁଳିତ ବାଲାନ୍ସ ରହିଥାଏ। ଏହା ସ୍ୱାସ୍ଥ୍ୟ ତଥା ତ୍ୱଚା ପାଇଁ ବେଶ ଉପକାରୀ ହୋଇଥାଏ। ପତ୍ରକୋବି ଖାଇବା ଦ୍ୱାରା ଶରୀର ଫିଟ୍‌ ରହିବା ସହିତ କ୍ୟାନସର ଭଳି ରୋଗରୁ ମୁକ୍ତି ଦିଏ। ଆଉ କ’ଣ ରହିଛି ପତ୍ରକୋବିର ଗୁଣ ଆସନ୍ତୁ ଜାଣିବା …

7

– ପତ୍ରକୋବି ଖାଇବା ଦ୍ୱାରା ଶରୀରର ମେଟାବୋଲଜିମ୍‌ ଫିଟ ରହିଥାଏ। ଶରୀରକୁ ବିଭିନ୍ନ ପ୍ରକାର କ୍ୟାନସର ଯଥା ପ୍ରୋଟେଷ୍ଟ କ୍ୟାନସର, ପେଟରେ ହେଉଥିବା କ୍ୟାନସର ଭଳି ରୋଗରୁ ଦୂରେଇ ରଖିଥାଏ।

– ଯଦି ଆପଣ ନିଜ କେଶକୁ ନେଇ ଚିନ୍ତିତ ଅଛନ୍ତି ତେବେ ପତ୍ରକୋବି ରସ ଏଥିରୁ ଆପଣଙ୍କୁ ମୁକ୍ତି ଦେବ। ଏଥିରେ ଥିବା ସଲଫର କେଶକୁ ମଜବୁତ କରିବା ସହର କେଶ ଝଡିବା ମଧ୍ୟ ରୋକିଥାଏ।

– ପତ୍ରକୋବି ଖାଇବା ଦ୍ୱାରା ତ୍ୱଚା ସହିତ ଜଡିତ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାକୁ ଖାଇବା ଦ୍ୱାରା ତ୍ୱଚାକୁ ପ୍ରାକୃତିକ ସୌନ୍ଦର୍ଯ୍ୟ ମିଳିଥାଏ।

8

– ପତ୍ରକୋବିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ତ୍ୱଚାରୁ ଦାଗ, ବ୍ରଣ ଦୂର କରିବାରେ ପ୍ରାକୃତିକ ଉଜ୍ୱଳତାର ଫେରାଇଥାଏ।

– ପତ୍ରକୋବି ଖାଇବା ଦ୍ୱାରା ପେଟ ସଫା ରହିଥାଏ। ଗ୍ୟାସ, ବଦହଜମୀ ଏବଂ ଅନ୍ୟ ପ୍ରକାର ପେଟ ସହିତ ଜଡିତ ସମସ୍ୟାରୁ ମୁକ୍ତି ଦେଇଥାଏ।

– ବୟସ ବୃଦ୍ଧିରୁ ତ୍ୱଚାରେ ପଡୁଥିବା ଭାଙ୍ଗରୁ ମଧ୍ୟ ରକ୍ଷା କରିବ ବନ୍ଧକୋବି। ଏହାଦ୍ୱାରା ଏହାକୁ ଖାଇବା ଦ୍ୱାରା ଶରୀରରେେ ରାଗ ପ୍ରତିରୋଧକ ଶକ୍ତି କ୍ଷମତା ମଜବୁତ ରହିଥାଏ।

ଏହାସହ ପଢ଼ନ୍ତୁ ; ଆପଣଙ୍କର ହେଉଛି କି ପରିସ୍ରା ପୋଡା, ଆରାମ ଦେବ ସାରୁପତ୍ର

1

– ପତ୍ରକୋବି ଓଜନ ନିୟନ୍ତ୍ରଣରେ ମଧ୍ୟ ସାହାଯ୍ୟ କରିଥାଏ। ଏହାର ଜୁସ ପିଇବା ଶରୀର ପାଚନକ୍ରିୟାକୁ ବୃଦ୍ଧି କରିଥାଏ।

– ଶରୀରରେ ଥିବା ରକ୍ତର ଅଭାବକୁ ପତ୍ରକୋବି ଦୂର କରିଥାଏ। ଏହା ଶରୀରର ଏନିମିୟା ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ।

– ପତ୍ରକୋବି ଜୁସ କେଶକୁ ପ୍ରାକୃତିକ ରଙ୍ଗ ଦେଇଥାଏ। ଏଥିରେ ଥିବା ଭିଟାମିନ ଇ ଚନ୍ଦାପଣରୁ ମୁକ୍ତି ଦେଇଥାଏ।

Leave A Reply

Your email address will not be published.