ମାରାତ୍ମକ ବଲ୍ ର ଶିକାର ହେଲେ ଇଂଲଣ୍ଡର କ୍ୟାପଟେନ ଜୋ ରୁଟ୍, ଅଳ୍ପକେ ବର୍ତ୍ତିଗଲା ଜୀବନ

ମଞ୍ଚେଷ୍ଟର: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏସେଜ୍ ସିରିଜ୍ ର ଚତୁର୍ଥ ଟେଷ୍ଟ ମ୍ୟାଚର ୩ୟ ଦିନରେ ଇଂଲଣ୍ଡର କ୍ୟାପଟେନ ଜୋ ରୁଟଙ୍କ ସହିତ ଏମିତି ଏକ ଗମ୍ଭିର ଘଟଣା ଘଟିଛି ଯାହା ଅଳ୍ପରେ ଟଳିଯାଇଛି କହିଲେ ଭୁଲ୍ ହେବନି । ଅଷ୍ଟ୍ରେଲିଆର ସ୍ପିଡ୍ ବୋଲର ମିଚେଲ୍ ଷ୍ଟାକ୍ ବୋଲିଙ୍ଗ କରୁଥିବା ସମୟରେ ବ୍ଯାଟିଙ୍ଗ କରୁଥିଲେ ରୁଟ୍ । ସେହି ସମୟରେ ହଠାତ୍ ବଲଟି ଯାଇ ସିଧା ରୁଟଙ୍କର ପ୍ରାଇଭେଟ୍ ପାର୍ଟରେ ବାଜିଥିଲା । ଭାଗ୍ୟ ବଶତଃ ରୁଟ୍ ଏଲ୍ ଗାର୍ଡ ପିନ୍ଧିଥିଲେ । କିନ୍ତୁ ବଲ୍ ଟି ଏତେ ଜୋରରେ ମାଡ ହୋଇଥିଲା ଯେ ରୁଟ ପିନ୍ଧିଥିବା ଏଲ୍ ଗାର୍ଡଟି ଭାଙ୍ଗିଯାଇଥିଲା ।

rootବଲଟି ବାଜିବା ପରେ କିଛି ସମୟ ପାଇଁ ରୁଟ୍ ସେଠାରେ ଆଣ୍ଠେଇ ପଡିଥିଲେ । କିଛି ସମୟ ପରେ କଷ୍ଟକୁ ଲାଘବ ମିଳିବା ପରେ ପୁଣି ରୁଟ୍ ଉଠି ନିଜର ଖେଳ ଜାରି ରଖିଥିଲେ । ଯଦି ରୁଟ୍ ଏଲ୍ ଗାର୍ଡ ପିନ୍ଧିନଥାନ୍ତେ ତେବେ ତାଙ୍କ ସହିତ କୌଣସି ଏକ ବଡ ଅଘଟଣ ଘଟିବାକୁ କେହିବି ଅଟକାଇ ପାରିନଥାନ୍ତେ । ଭାଙ୍ଗିଯାଇଥିବା ଏଲ୍ ଗାର୍ଡଟିକୁ ଦେଖିଲେ ଆପଣ ମାନେ ବି ଅନୁମାନ ଲଗାଇପାରିବେ କି, ବଲଟି କେତେ ଯୋରରେ ଆସି ମାଡ ହୋଇଥିଲା । ଭଗବାନଙ୍କ ଦୟାରୁ ଆଜି ରୁଟଙ୍କ ଉପର ଏକ ବଡ ଦୁର୍ଦ୍ଦଶା ଟଳି ଯାଇଛି ।

ଏହାସହ ପଢନ୍ତୁ:

ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଲେ ଅଷ୍ଟ୍ରେଲିଆର ଏହି କ୍ରିକେଟର, ଖୁବ୍ ଶୀଘ୍ର କରିବେ ବିବାହ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.