ମାତ୍ର ୨୦ହଜାର ଟଙ୍କା ମଧ୍ୟରେ କିଣନ୍ତୁ ଏହି ସ୍ମାର୍ଟ ଟିଭି, ଜାଣନ୍ତୁ କ’ଣ ରହିଛି ଫିଚର

ଦୁଇ ବର୍ଷ ତଳେ ସାଓମି ଶସ୍ତା ଟିଭି ଲଞ୍ଚ କରି ଭାରତୀୟ ସ୍ମାର୍ଟ ଟିଭି ବଜାରରେ ଚର୍ଚ୍ଚାକୁ ଆସିଥିଲା। ସାଓମି ପରେ ଥମସନ୍‌, ଆଇଫାଲକନ୍‌ ଏବଂ ଭିୟୁ ଭଳି କମ୍ପାନୀ ମଧ୍ୟ ଭାରତରେ ସ୍ମାର୍ଟ ଟିଭି ଲଞ୍ଚ କରିଛନ୍ତି। ତେବେ ଏହି ସ୍ମାର୍ଟ ଟିଭି କମ୍ପାନୀ ଲୋକଙ୍କ ବଜେଟ୍‌ ଅନୁସାରେ କମ୍‌ ମୂଲ୍ୟରେ ଅଧିକ ଫିଚର ଥିବା ଟିଭି ଲଞ୍ଚ କରିଛି। ଜାଣନ୍ତୁ ମାତ୍ର ୨୦ ହଜାର ଟଙ୍କା ମଧ୍ୟରେ ଉପଲବ୍ଧ କିଛି ସ୍ମାର୍ଟ ଟିଭି

ସାଓମିର ସ୍ମାର୍ଟ ଟିଭି

କମ୍‌ ଦାମ୍‌ରେ ସାଓମିର ଅନେକ ସ୍ମାର୍ଟ ଟିଭି ମିଳୁଛି। ମାତ୍ର ୧୨୯୯୯ ଟଙ୍କାରେ ସାଓମିର Mi LED 4A Pro ଟିଭି କିଣିପାରିବେ।ଏଥିରେ ଆଣ୍ଡ୍ରଏଡ୍‌ ଏବଂ ସାଓମିର ପେଚଓ୍ଵାଲ ସର୍ପୋଟ ମିଳିବ। ଏଥିରେ ଓ୍ଵାଇଫାଇ, ବ୍ଲୁ ଟୁଥ୍‌ ଭଳି ଫିଚର ମଧ୍ୟ ରହିଛି। ଏଥିସହ ଆପଣଙ୍କୁ ଗୁଗଲ୍‌ ଆସିଷ୍ଟାଣ୍ଟ ଭଳି ଅତ୍ୟାଧୁନିକ ଫିଚର ମଧ୍ୟ ମିଳିବ।

ଏହାସହ ପଢନ୍ତୁ: କିଣିବାକୁ ଚାଁହୁଛନ୍ତି Reliance Jio Fiber ? ତାହେଲେ ଏପରି କରନ୍ତୁ ବୁକିଂ

iFFALCON ସ୍ମାର୍ଟ ଟିଭି

iFFALCONର ୩୨ ଇଞ୍ଚର ସ୍ମାର୍ଟ ଟିଭି ମାତ୍ର ୧୧,୯୯୯ ଟଙ୍କାରେ ଉପଲବ୍ଧ ହେଉଛି। ସେହିପରି ୨୯ ହଜାର ଟଙ୍କାରେ ଏହି କମ୍ପାନୀର ୪୦ ଇଞ୍ଚିଆ ଟିଭି ମିଳିପାରିବ।

ଥମସନ୍‌ର ସ୍ମାର୍ଟଟିଭି

୨୦୧୮ ମସିହାରେ ଥମସନ୍‌ କମ୍ପାନୀ ଭାରତରେ ନିଜ ଶସ୍ତା ଟିଭି ଲଞ୍ଚ କରିଥିଲା। ଥମସନ୍‌ର ୩୨ ଇଞ୍ଚର ଟିଭି ଆପଣ ମାତ୍ର ୧୦,୯୯୦ ଟଙ୍କାରେ କିଣିପାରିବେ। ସେହିପରି ୪୦ ଇଞ୍ଚର ଫୁଲ୍‌ ଏଚ୍‌ଡ଼ି ଟିଭି ୧୭,୪୯୯ ଟଙ୍କାରେ ମିଳୁଛି। ଥମସନ୍‌ର ୪କେ ଟିଭି ମାତ୍ର ୧୯୯୯୯ ଟଙ୍କାରେ କିଣିପାରିବେ।

Shinco ସ୍ମାର୍ଟ ଟିଭି

Shincoର ୩୨ ଇଞ୍ଚିଆ ସ୍ମାର୍ଟ ଟିଭି ମାତ୍ର ୮୯୯୯ ଟଙ୍କାରେ ଉପଲବ୍ଧ ହେଉଛି। ଏଥିରେ ୨୦ ଓ୍ଵାଟର ସ୍ପିକର ରହିଛି। ଏଥିସହ ଏହି ଟିଭିରେ ଆଣ୍ଡ୍ରଏଡ୍‌ର ସପୋର୍ଟ ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 

Comments are closed.