ଆଜି ବାମନ ଜୟନ୍ତୀ, ଜାଣନ୍ତୁ ଏହି ପୂଜାର ବିଧି ଓ ମହତ୍ୱ

ଆଜି ବାମନ ଜୟନ୍ତି ବା ବାମନ ଦ୍ୱାଦଶୀ। କୁହାଯାଇଥାଏ ଭଗବାନ ହରି ବଳି ରାଜାଙ୍କ ଅତ୍ୟାଚାରରୁ ମୁକ୍ତ କରିବା ପାଇଁ ବାମନ ଅବତାର ଧାରଣ କରିଥିଲେ। ଶ୍ରୀମଦ୍‌ ଭଗବତ ଅନୁଯାୟୀ ଭାଦ୍ରବ ମାସର ଶୁକ୍ଳପକ୍ଷ ଦ୍ୱାଦଶୀ ଦିନ ଭଗବାନ ବାମନ ପ୍ରକଟ ହୋଇଥିଲେ। ଉଲ୍ଲେଖ ରହିଛି ଆଜିର ଦିନରେ ବ୍ରତ ରଖିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ତେବେ ଜାଣନ୍ତୁ ବାମନ ଜୟନ୍ତିର କର ରହିଛି ପୂଜା, ବିଧି ଏବଂ ମହତ୍ୱ।

ବ୍ରତର ମହତ୍ୱ

ଭଗବାନ ବାମନଙ୍କ ଜୟନ୍ତି ଦିନ ଶ୍ରାବଣ ନକ୍ଷତ୍ର ହେବା ଦ୍ୱାରା ଏହି ବ୍ରତର ମହତ୍ୱ ଅଧିକ ବଢିଯାଇଥାଏ। ଏହି ଦିନ ଉପବାସ କରିଥିବା ବ୍ୟକ୍ତି ଭକ୍ତିର ସହ ଭଗବାନ ବାମନଙ୍କୁ ପୂଜା, ଶ୍ରଦ୍ଧା ଏବଂ ଭକ୍ତି କରିବା ଉଚିତ। ମାନ୍ୟତା ରହିଛି ଏହି ଦିନ ଉପବାସ କରିବା ଦ୍ୱାରା ଭଗବାନ ବାମନ ଭକ୍ତର ସମସ୍ତ କଷ୍ଟ ଦୂର କରିଦେଇଥାନ୍ତି।

ପୂଜା ବିଧି

ଏହି ଦିନ ସକାଳୁ ଭଗବାନ ଶ୍ରୀ ବାମନ ପାଞ୍ଚୋପଚାର ବିଧି ଏବଂ ଷୋଡପଚାର ପୂଜା କରିବା ପୂର୍ବରୁ ଚାଉଳ, ଦହି ଆଦି ବସ୍ତୁ ଦାନ କରିବା ଉଚିତ। ଉପବାସ କରିଥିବା ବ୍ୟକ୍ତି ସଂଧ୍ୟା ସମୟରେ ଭଗବାନ ବାମନଙ୍କ ପୂଜା କରନ୍ତୁ ଏବଂ ନିଶ୍ଚିନ୍ତ ବ୍ରତ କଥା ଶୁଣନ୍ତୁ। ଏପରି କରିବା ଦ୍ୱାରା ଜୀବନର ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ। ଏଥିସହ ଆଜିର ଦିଦନରେ ବ୍ରାହ୍ମଣଙ୍କୁ ଦାନ ଦେବା ସହ ଫଳ ସେବନ କରିବା ଉଚିତ।

vamanବ୍ରତ କଥା

ଥରେ ଦୈତରାଜ ବଳି ଇନ୍ଦ୍ରଙ୍କୁ ପରାସ୍ତ କରି ସ୍ୱର୍ଗ ଲୋକରେ ନିଜର ଅଧିକାର ବିସ୍ତାର କରିଥିଲେ। ପରାଜିତ ଇନ୍ଦ୍ରଙ୍କ ଦୟନୀୟ ସ୍ଥିତ ଦେଖି ତାଙ୍କ ମା ଅଦିତି ବହୁତ ଦୁଃଖୀ ହୋଇଥିଲେ। ସେ ନିଜ ପୁତ୍ରଙ୍କୁ ଉଦ୍ଧାର କରିବା ପାିଁ ଭଗବାନ ବିଷ୍‌ଓୁଙ୍କ ଅ ।ରାଧନା କରିଥିଲେ। ଏହାଦ୍ୱାରା ଭଗବାନ ପ୍ରସନ୍ନ ହୋଇ କହିଥିଲେ- ଦେବୀ ଆପଣ ଚିନ୍ତା କରନ୍ତୁ ନାହିଁ, ମୁଁ ଆପଣଙ୍କ ପୁତ୍ର ରୂପରେ ଜନ୍ମ ହୋଇ ଇନ୍ଦ୍ରଙ୍କୁ ତାଙ୍କର ରାଜ୍ୟ ନିଶ୍ଚିନ୍ତ ପେରାଇ ଦେବି। ସମୟକ୍ରମେ ଭଗବାନ ମାତା ଅଦିତିଙ୍କ ଗର୍ଭରୁ ବାମନ ଅବତାର ଧାରଣ କରିଥିଲେ। ଭଗବାନଙ୍କର ଏହି ଅବତାର ଦେଖି ସମସ୍ତ ବ୍ରହ୍ମଚାରୀ , ଦେବତା ଏବଂ ମୁନି-ଋଷିମାନେ ଆନନ୍ଦିତ ହୋଇଥିଲେ।

ଏହାସହ ପଢନ୍ତୁ: ସୂର୍ଯ୍ୟଦେବଙ୍କର ଏହି ଚମତ୍କାରୀ ମନ୍ଦିର ଯିଏ ରାତାରାତି ପରିବର୍ତ୍ତନ କରିଥିଲା ନିଜର ଦିଗ, ଜାଣନ୍ତୁ ରହସ୍ୟ 

ଦିନେ ତାଙ୍କୁ ଜାଣିବାକୁ ମିଳିଥିଲା ରାଜା ବଳି ସ୍ୱର୍ଗରେ ନିଜର ଅକ୍ତିଆର ବିସ୍ତାର କରିବା ପାଇଁ ଅଶ୍ୱମେଧ ଯଜ୍ଞର ଆୟୋଜନ କରିଛନ୍ତି। ଏହା ଜାଣିବା ପରେ ଭଗବାନ ବାମନ ସେଠାରେ ପହଞ୍ଚି ଥିଲେ। ତାଙ୍କ ତେଜରେ ଯଜ୍ଞାଶାଳା ପ୍ରକାଣିତ ହୋଇଉଠିଥିଲା। ରାଜା ବଳି ମଧ୍ୟ ବାମନଙ୍କୁ ଏକ ଉତ୍ତମ ଆସରେ ବସାଇବା ସହ ତାଙ୍କର ସତ୍କାର କରିଥିଲେ। ଶେଷରେ ତାଙ୍କୁ କିଛଇ ଭେଟ ମାଗିବା ପାଇଁ କହିଥିଲେ। ଏହି ସମୟରେ ଭଗବାନ ବାମନ ଚୁପ୍‌ ରହିଥିଲେ। କିନ୍ତୁ ରାଜା ବଳି ତାଙ୍କୁ ଅନୁରୋଧ କରିବାରୁ ସେ ରାଜାଙ୍କୁ ତିନି ପାଦ ଭୂମି ଭେଟ ମାଗିଥିଲେ। ଏହାପରେ ରାଜା ବ ଳି ହାତରେ ଜଳ ଧାରଣ କରି ତିନି ପାଦ ଭୂମି ଦେବା ପାଇଁ ସଂକଳ୍ପ କରିଥିଲେ। ସଂକଳ୍ପ ପୁରା ହେବା ପରେ ବାମନଙ୍କ ଆକାର ବଢିବାକୁ ଲାଗିଥିଲା ଏବଂ ଭଗବାନ ବାମନ ରୁ ବିରାଟ ରୂପ ଧାରଣ କରିଥିଲେ।

ଭଗବାନ ତାଙ୍କର ପ୍ରଥମ ପାଦରେ ପୃଥିବୀ, ଦ୍ୱିତୀୟ ପାଦରେ ସ୍ୱର୍ଗ ଲୋକକୁ ଦର୍ଶାଇଥିଲେ। ଏହି ସମୟରେ ରାଜା ବଳି ଭଗବାନଙ୍କ ତୃତୀୟ ପାଦ ପାଇଁ ନିଜର ମସ୍ତକକୁ ସମର୍ପଣ କରିଥିଲେ। ଏହାଦେଖି ଭଗବାନ ବାମନ ପ୍ରସନ୍ନ ହୋଇଯାଇଥିଲେ। ଏପରି କରିବା ଦ୍ୱାରା ତାଙ୍କୁ ଶେଷରେ ପାତାଳର ଅଧିପତି କରାଯାଇଥିଲା ଏବଂ ଦେବତାମାନଙ୍କୁ ତାଙ୍କ ଭୟରୁ ମୁକ୍ତି ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.