କୁହାଯାଏ, ଯଦି କୌଣସି ଲକ୍ଷ୍ୟକୁ ପୂରା କରିବା ପାଇଁ ଆପଣ ମନ ଭିତରେ ଯୋଶ୍ ରଖନ୍ତି, ତା’ହେଲେ ଭାଗ୍ୟ ବି ଆପଣଙ୍କୁ ସାଥ୍ ଦେଇଥାଏ। ବାସ୍ କେବଳ ଧୌର୍ଯ୍ୟ ଆଉ ସାହସ ଥିବା ଦରକାର। ଏହି ଛାତ୍ରୀଙ୍କ କ୍ଷେତ୍ରରେ ବି ଠିକ୍ ସେମିତି ହିଁ ହୋଇଛି, ଯେଉଁଥିପାଇଁ ସେ ଗୋଟିଏ ଦିନ ପାଇଁ ଡେପୁଟି କମିଶନର(ଡିସି) ବନିଛନ୍ତି। ପଞ୍ଜାବ ଫିରୋଜପୁରର ଦିବ୍ୟାଙ୍ଗ ଛାତ୍ରୀ ତଥା ୧୦ମ ଟପ୍ପର ଅନମୋଲଙ୍କୁ ଗୋଟିଏ ଦିନ ପାଇଁ ଡିସି ବନାଯାଇଥିଲା। ଫିରୋଜପୁରର ଡେପୁଟି କମିଶନର ଚନ୍ଦ୍ର ବଲ ନିଜେ ହିଁ ଅନମୋଲଙ୍କ ଘରକୁ ଯାଇ ତାଙ୍କୁ ଆଣିଥିଲେ ଏବଂ ଡେପୁଟି କମିଶନରଙ୍କ ଚେୟାରରେ ବସାଇଥିଲେ।
କହି ରଖୁଛୁ କି, ଅନମୋଲ ଜଣେ ଦିବ୍ୟାଙ୍ଗ ଛାତ୍ରୀ। ସେ ଲୋକୋମୋଟର ନାମକ ରୋଗରେ ପୀଡ଼ିତ, ଯାହାକି ଶରୀରକୁ ବିକଳାଙ୍ଗ କରିଦେଇଥାଏ। ତାଙ୍କ ଉଚ୍ଚତା ୨ ଫୁଟ ୮ ଇଞ୍ଚ। ଅନମୋଲଙ୍କର ପାଖାପାଖି ୪ଟି ବଡ଼ ସର୍ଜରୀ ହୋଇସାରିଛି। ଏହି ସମସ୍ୟା ଯୋଗୁ ଛୋଟବେଳେ ତାଙ୍କୁ ସାଙ୍ଗମାନଙ୍କଠାରୁ ଅନେକ ଥଟ୍ଟାମଜା ଶୁଣିବାକୁ ମିଳୁଥିଲା। କିନ୍ତୁ ସେ ଏହା ପ୍ରମାଣିତ କରିଦେଖାଇଛନ୍ତି କି, ଯଦି କିଛି ପାଇବାକୁ ଇଚ୍ଛା ଅଛି, ତା’ହେଲେ ଆପଣଙ୍କୁ କେହି ରୋକି ପାରିବେ ନାହିଁ।
ଏହାସହ ପଢ଼ନ୍ତୁ: ଟିକ୍ ଟକରେ ଏହି ଭୟାନକ ଚ୍ୟାଲେଞ୍ଜର ଦିଓ୍ଵାନୀ ହେଉଛନ୍ତି ଯୁବତୀ, ଦେଖନ୍ତୁ ଭିଡିଓ
ଅନମୋଲ ଏବେ ପ୍ଲସ୍ ଓ୍ଵାନ୍ ଆଟ୍ର୍ସର ଛାତ୍ରୀ। ଆମେ ଯଦି ତାଙ୍କ ପାଠପଢ଼ା ବିଷୟରେ କହିବୁ, ତା’ହେଲେ ସେ ସବୁବେଳେ ପାଠପଢ଼ାରେ ଟପ୍ପର ରହୁଥିଲେ। ଏହାସହିତ ସେ ବକ୍ତତା, ଡ୍ୟାନ୍ସ ଭଳି ଆକ୍ଟିଭିଟିରେ ମଧ୍ୟ ଭାଗ ନେଉଥିଲେ।