ଆକର୍ଷଣୀୟ ତ୍ୱଚା ଏବଂ କେଶ ଚାହୁଁଛନ୍ତି କି? ଭୁଲ୍‌ରେ ବି ଗାଧାନ୍ତୁ ନାହିଁ ଗରମ ପାଣିରେ

ଗାଧୋଇବାରେ କେବଳ ତାଜାପଣ ଆସି ନ ଥାଏ, ବରଂ ଥକ୍କାପଣରୁ ବି ମୁକ୍ତି ମିଳିଥାଏ। ଅନେକ ଲୋକ ଅଫିସରୁ ଫେରିବା ପରେ ସଙ୍ଗେ ସଙ୍ଗେ ଗାଧୋଇବା ପାଇଁ ବାଥରୁମ୍‌ ଚାଲିଯାଆନ୍ତି। କେତେକ ଲୋକ ଥକ୍କାପଣକୁ ଦୂର କରିବା ପାଇଁ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରିଥାଆନ୍ତି। ଏହା ଠିକ୍‌ ଯେ ଗରମ ପାଣିରେ ଗାଧୋଇଲେ ଶରୀରକୁ ବହୁତ ଶାନ୍ତି ମିଳିଥାଏ, କାହିଁକି ନା, ଏହାଦ୍ୱାରା ରକ୍ତ ସଞ୍ଚାଳନ ଖୁବ୍‌ ଜୋରରେ ହୋଇଥାଏ। ଏହି କାରଣରୁ ଶରୀରରେ ଶକ୍ତି ଜାଗ୍ରତ ହୁଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି? ଗରମ ପାଣିରେ ଗାଧୋଇଲେ କେବଳ ତ୍ୱଚା ନୁହେଁ, ବରଂ କେଶକୁ ମଧ୍ୟ ବହୁତ କ୍ଷତି ପହଞ୍ଚିବାର ସମ୍ଭାବନା ଥାଏ। ଆସନ୍ତୁ ଜାଣିବା କ’ଣ ରହିଛି ହାନିକାରକ ପ୍ରଭାବ।

-କେଶକୁ ଗରମ ପାଣିରେ ଧୋଇଲେ, ଏହାର ପ୍ରାକୃତିକ ଚମକ ଧୀରେ ଧୀରେ କମିଯାଇଥାଏ। ଗରମ ପାଣି ଯୋଗୁ କେଶର ତେଲିଆ ଅଂଶ ବାହାରି ଆସିଥାଏ ଏବଂ ମୁଣ୍ଡର ସ୍କିନ୍‌ ବହୁତ ଶୀଘ୍ର ଶୁଷ୍କ ହୋଇଯାଏ। ଏପରି କି, ଗରମ ପାଣିରେ କେଶ ଝଡ଼ିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ଥାଏ।

-ଗରମ ପାଣି କେଶରେ ବାଜିଲେ, କେଶମୂଳ ଦୁର୍ବଳ ଏବଂ ଡେଡ୍‌ ହୋଇଯାଏ, ଯାହାଫଳରେ ତାହା ଝଡ଼ିବାକୁ ଲାଗେ।

ଏହାସହ ପଢ଼ନ୍ତୁ: ସମୟ ପୂର୍ବରୁ ଦେଖାଯିବେ ବୁଢ଼ୀ, ଯଦି ଆପଣ ଏହି ୮ଟି ଅଭ୍ୟାସକୁ ନ ଛାଡ଼ିବେ

-ଗାଧୋଇବା ସମୟରେ ଯଦି ଆପଣ ସିଧା ମୁଣ୍ଡରେ ଗରମ ପାଣି ଢାଳନ୍ତି, ତା’ହେଲେ ମୁଣ୍ଡ ପୋଡ଼ିଯିବାର ଆଶଙ୍କା ଥାଏ। ତାହା ମୂଳକୁ ଶୁଖାଇ ଦେଇଥାଏ।

-କେଶରେ କଣ୍ଡିଶନର ଲଗାଇବା ପରେ ଏହାକୁ ଗରମ ପାଣିରେ ଧୋଇବା ଉଚିତ ନୁହେଁ। କାରଣ, ଏପରି କଲେ କଣ୍ଡିଶନରର ପ୍ରଭାବ ଦୂର ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.