ପିଏମ ମୋଦିଙ୍କର ଜନ୍ମଦିନ ମଧ୍ୟରାତିରେ ହେଲା ପାଳନ, କଟାଗଲା ୬୯ କେଜିର ଲଡୁ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ଜନ୍ମଦିନ। ବିଜେପି ମୋଦିଙ୍କର ଜନ୍ମଦିନକୁ ସାରା ଦେଶରେ ସେବା ଦିବସ ରୂପରେ ପାଳନ କରୁଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଜନ୍ମଦିନରେ ନିଜ ରାଜ୍ୟ ଗୁଜରାଟରେ ରହିବେ।

କିନ୍ତୁ ଏହାପୂର୍ବରୁ ରାତି ୧୨ଟାରେ ରାଜଧାନୀ ଦିଲ୍ଲୀର ଇଣ୍ଡିଆ ଗେଟରେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଏବଂ ସାଂସଦ ମନୋଜ ତିଓ୍ଵାରୀ ଏବଂ ମୋଦିଙ୍କ ପ୍ରଶଂସକମାନେ ଏହି ଜନ୍ମଦିନ ପାଳନ କରିଛନ୍ତି। ମୋଦିଙ୍କ ଜନ୍ମଦିନ ପାଳନ ବେଳେ ସେମାନେ କେକ୍‌ ନୁହେଁ ବରଂ ୬୯ କେଜିର ଲଡୁ କାଟି ନିଜର ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି।

Leave A Reply

Your email address will not be published.