ନବରାତ୍ରୀ ପୂର୍ବରୁ ଦିଲ୍ଲୀ ରୁ କଟ୍‌ରା ଯାତାୟତ ପାଇଁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ୍‌

ନୂଆଦିଲ୍ଲୀ: ନବରାତ୍ରୀ ସମୟରେ ଦିଲ୍ଲୀରୁ ବୈଷ୍ଣୋଦେବୀ ଯାଏଁ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବା ପାଇଁ କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୁଷ ଗୋୟଲ ଘୋଷଣା କରିଛନ୍ତି। ଚଳିତ ମାସ ଶେଷ ସପ୍ତାହରୁ ନବରାତ୍ରୀ ଆରମ୍ଭ ହେଉଥିବା ଜଣାଯାଇଛି। ଏହି ସମୟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ବିଶେଷ ସୁବିଧା ଦେବାଲାଗି ଏଭଳି କରାଯିବ ବୋଲି କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ।

ଏଥିସହ ଉତ୍ତର ଭାରତର ଅନ୍ୟତମ ଲୋକପ୍ରିୟ ତୀର୍ଥସ୍ଥଳ ବୈଷ୍ଣୋଦେବୀକୁ ଭାରତୀୟ ରେଳବାଇର ଏହି ଅତ୍ୟାଧୁନିକ ଟ୍ରେନ ଚାଲିବା ପରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ । ବନ୍ଦେ ଭାରତ ଏକ୍ସପ୍ରେସରେ କମ୍ ସମୟ ମଧ୍ୟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଦିଲ୍ଲୀରୁ ବୈଷ୍ଣୋଦେବୀ ଯାଏଁ ଯାତ୍ରା କରିପାରିବେ। ମାତା ବୈଷ୍ଣୋଦେବୀ ସାଇନ ବୋର୍ଡର ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଚଳିତ ବର୍ଷ ଏଯାଏଁ ୬୦ ଲକ୍ଷ ଶ୍ରଦ୍ଧାଳୁ ଏଠାକୁ ଆସିଛନ୍ତି । ଏମାନେ ଅଧିକାଂଶ ଜମ୍ମୁ ଓ କଟ୍‌ରା ଆସୁଥିବା ଟ୍ରେନ ଉପରେ ଭରସା କରିଥାନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବା ପରେ ଦିଲ୍ଲୀରୁ କଟରା ଯାତାୟତ ସମୟରେ ୪ ଘଣ୍ଟା କମ ହୋଇଯିବ। ଫଳରେ ଆଗରୁ ୧୨ ଟଣ୍ଟା ସମୟ ଲାଗୁଥିବା ବେଳେ ଏବେ ମାତ୍ର ଆଠ ଘଣ୍ଟା ସମୟ ଲାଗିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.