ଶିଖର ଧଓ୍ଵନଙ୍କ ସିକ୍ରେଟ ଭିଡିଓ ଭାଇରାଲ କଲେ ରୋହିତ୍‌

ରୋହିତ ଶର୍ମା ଏବଂ ଶିଖର ଧଓ୍ଵନଙ୍କ ବନ୍ଧୁତ୍ୱ କ୍ରିକେଟ ମଇଦାନରେ ଯେପରି, ସେପରି ବାହାରେ ମଧ୍ୟ ଉଭୟଙ୍କର ଯୁଗଳବନ୍ଦୀ ଦେଖିବାକୁ ମିଳିଥାଏ। ଅନେକ ଥର ଦୁଇଜଣ ସୋସିଆଲ ମିଡିଆରେ ମଜାଳିଆ ଭିଡିଓ ପୋଷ୍ଟ କରିଥାନ୍ତି। ଏଭଳି ଏକ ଭିଡିଓ ରୋହିତ ଗତ ଶୁକ୍ରବାର ଦିନ ଇଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ଶିଖର ଧବଓ୍ଵଙ୍କ ସହ ଫ୍ଲାଇଟ୍‌ ରେ ବସି ଭିଡିଓ କରିଛନ୍ତି। ଏହି ଭିଡିଓରେ ଧଓ୍ଵନଙ୍କ ଆଖି ବନ୍ଦ ଥାଇ ମଧ୍ୟ ସେ କଥା ହେଉଥିବାର ଦେଖିବାକୁ ମିଳିଛି। କିନ୍ତୁ ଏହି ଭିଡିଓରେ ଧଓ୍ଵନ କମେଣ୍ଟ ଦେଇ କହିଛନ୍ତି- ମୁଁ ନିଜ ସହ କଥା ହେଉନଥିଲି। ଆଖିବନ୍ଦ କରି ଶାୟରୀ ପ୍ରାଟିକ୍ସ କରୁଥିଲି। ଏଥିରେ ଅନେକ ଭାରତୀୟ କ୍ରିକେଟରମାନେ ମଧ୍ୟ କମେଣ୍ଟ କରିଛନ୍ତି।
ରୋହିତ ଶର୍ମା ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ସେ ମୋ ସହ କଥା ହେଉନାହାନ୍ତି ଏବଂ ସେ ସେହି ସମୟରେ ତାଭ୍କ ପାକରେ ଜଣେ ସାଙ୍ଗ ଥିବା କଥା ମଧ୍ୟ ସେ କଳ୍ପନା କରିପାରୁନଥିଲେ। ରୋହିତ ଶର୍ମା ଏପରି ଲେଖିବା ପରେ ଶିଖର ଧଓ୍ଵନ ଲେଖିଛନ୍ତି , ମୁଁ ଶାୟରୀ ପ୍ରାକ୍ଟିସ୍‌ କରୁଥିଲି ଏହି ସମୟରେ ଜନାବ ଭିଡିଓ କରିଦେଇଛନ୍ତି। ବର୍ତ୍ତମାନ ଏହି ଭିଡିଓକୁ ୬ ଲକ୍ଷ ଲୋକମାନେ ଦେଖିସାରିଲେଣି।

https://www.instagram.com/p/B2og1eGB7Fy/?utm_source=ig_web_copy_link

ଏହାପୂର୍ବରୁ ଧଓ୍ଵନ ନିଜର ଇଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଯା ପିଲାମାନଙ୍କ ସହ କେଳନା ବିଷୟରେ କଥା ହେଉଥିଲେ। ପ୍ରକୃତରେ ଟିମ୍‌ ଇଣ୍ଡିଆ ବେଙ୍ଗାଲୁର ଯିବା ବିମାନ ଚାଲିଯାଇଥିଲା। ଏହା ମଧ୍ୟରେ ରୋହିତ ଶର୍ମା ଝିଅ ସମାୟରାଙ୍କ ପାଇଁ ଖେଳନା କିଣୁଥିଲେ। ଏହି ସମୟରେ ଧଓ୍ଵନ ତାଙ୍କର ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିବା ସହ ତଳେ ଲେଖିଥିଲେ- ଦେଖନ୍ତୁ ଆମ ଟିମ୍‌ର ସବୁଠାରୁ ଭଲ ପାଉଥିବା ଏବଂ ଯତ୍ନ କରୁଥିବା ପିତା ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଯାଙ୍କୁ। ଧଓ୍ଵନ ରୋହିତ ଶର୍ମାଙ୍କୁ ଝିଅ ପାଇଁ କଣ କିଣିଲେ ବୋଲି ପଚାରିବାରୁ ତାଙ୍କୁ ଯାହା ଭଲ ଲାଗିଲା ସେ କିଣିଛନ୍ତି ବୋଲି କହିଥିଲେ। ତାଙ୍କ ପରିବାର ବେଙ୍ଗାଲୁରୁ ଆସୁଥିବାରୁ ତାଙ୍କ ଝିଅଙ୍କୁ ଖେଳନା ଖୁବ୍‌ ପସନ୍ଦ ଥିବାରୁ ସେ ଝିଅ ପାଇଁ ଖେଳନା କିଣିଥିଲେ ବୋଲି କହିଥିଲେ। ଏହାପରେ ଧଓ୍ଵନ ନିଜର କ୍ୟାମେରା ରବିନ୍ଦ୍ର ଜାଡେଯାଙ୍କ ଉପରକୁ ପକାଇ ତାଙ୍କୁ ମଧ୍ୟ ଖେଳନାର ନାଁ ପଚାରିଥିଲେ। କିନ୍ତୁ ଜାଡେଯା ମଧ୍ୟ ଗୋଟିଏ ଖେଳନାର ନାଁ କହିବାରେ ସଫଳ ନହେବାରୁ ଧଓ୍ଵନ ତାଙ୍କୁ ତାଙ୍କ ପୁଅଙ୍କ ପାଇଁ କେବେ ଖେଳନା କିଣିନଥିବା କଥା କହିଥିଲେ।

https://www.instagram.com/tv/B2lP9xWH2Yy/?utm_source=ig_web_copy_link

Leave A Reply

Your email address will not be published.