ଚାଣକ୍ୟଙ୍କ ଅମୃତ ବାଣୀ ଆପଣାନ୍ତୁ, ଏକ ସୁସ୍ଥ ଜୀବନ ଅତିବାହିତ କରନ୍ତୁ

ଆଜିର ବ୍ୟସ୍ତ ବହୁଳ ଜୀବନ ଭିତରେ ଆମେ ନିଜ ଶରୀର ପ୍ରତି ସେତେଟା ଧ୍ୟାନ ଦେଇପାରି ନଥାଉ । ତେଣୁ କରି ଦିନ କୁ ଦିନ ଶରୀର ମଧ୍ୟରେ ରୋଗର ମାତ୍ରା ବଢ଼ିବାରେ ଲାଗିଛି  କିନ୍ତୁ ଯଦି ଜ୍ଞାନୀ ଚାଣକ୍ୟଙ୍କ ଦ୍ୱାରା ପ୍ରଦତ୍ତ କିଛି ଅମୁଲ୍ୟ କଥା କୁ ଆପଣେଇ ପାରିବା ତେବେ ନିଶ୍ଚିତ ରୂପେ ଆମେ ଏକ ସୁସ୍ଥ ଜୀବନ ଅତିବାହିତ କରିପାରିବେ । ଏକ ସୁସ୍ଥ ଜୀବନ ପାଇଁ ସମସ୍ତେ ଭଲ ଭଲ ଜିନିଷକୁ ନିଜ ଜୀବନ ଶୈଳୀରେ ସାମିଲ କରିବାକୁ ଚାହାନ୍ତି । କିନ୍ତୁ ଚାଣକ୍ୟ ମନୁଷ୍ୟର ଦୈନନ୍ଦିନ ଖାଦ୍ୟ ପେୟ ସମ୍ପର୍କରେ କିଛି ବିଶେଷ ତଥ୍ୟ ଦେଇଛନ୍ତି । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ନିଶ୍ଚିତ ଉପଯୋଗୀ ହୋଇପାରିବ, ଏଥିରେ କୌଣସି ସନ୍ଦେହ ନାହିଁ ।

 

୧.ଚାଣକ୍ୟଙ୍କ ଅନୁଯାୟୀ ଯେବେ ଆପଣଙ୍କ ଭୋଜନ ସମ୍ପୂର୍ଣ୍ଣ ରୂପେ ଜୀର୍ଣ୍ଣ ହୋଇଯିବ । ତାପରେ ଯାଇ ପାଣି ପିଅନ୍ତୁ । ଭୋଜନ କରୁଥିବା ସମୟରେ ବା ଭୋଜନର ସଂଗେ ସଂଗେ ପାଣି ପିଇଲେ ତାହା ବିଷ ସଦୃଶ ହୋଇଥାଏ । ଭୋଜନର ପଚନ ପରେ ପିଆଯାଇଥିବା ପାଣି ଅମୃତ ସମାନ ହୋଇଥାଏ ।

୨. ଚାଣକ୍ୟ ସବୁ ଔଷଧ ମଧ୍ୟରେ ଗିଲୟକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି । ତାଙ୍କ ଅନୁସାରେ ମନୁଷ୍ୟ ଶରୀରର ସବୁ ଇନ୍ଦ୍ରିୟ ମାନଙ୍କ ଭିତରେ ଆଖି ସବୁଠୁ ଗୁରୁତ୍ୱପୁର୍ଣ ହୋଇଥାଏ ଓ ମସ୍ତିସ୍କ ସବୁ ଅଙ୍ଗ ମାନଙ୍କ ଭିତରେ ଶ୍ରେଷ୍ଠ ହୋଇଥାଏ । ତେଣୁ ଏହି ଦୁଇଗୋଟି ଅଂଗର ମଣିଷ ବିଶେଷ ଧ୍ୟାନ ରଖିବା ଉଚିତ । ମସ୍ତିସ୍କକୁ ସମସ୍ତ ଚାପରୁ ସବୁବେଳେ ମୁକ୍ତ ରଖିବା ଉଚିତ ।

୩. ଚାଣକ୍ୟଙ୍କ ଏକ ଶ୍ଳୋକ ଅନୁଯାୟୀ ଗୋଟା ଅନ୍ନ ଠାରୁ ୧୦ ଗୁଣ ଅଧିକ ଲାଭକାରୀ ପେସା ହୋଇଥିବା ଅନ୍ନ ହୋଇଥାଏ । ପେସା ହୋଇଥିବା ଖାଦ୍ୟ ଠାରୁ ୧୦ ଗୁଣ ଅଧିକ ଲାଭକାରୀ କ୍ଷୀର ହୋଇଥାଏ । କ୍ଷୀର ଠାରୁ ୧୦ ଗୁଣ ଅଧିକ ଲାଭକାରୀ ମାଂସ ହୋଇଥାଏ । ଯେତେବେଳେ କି ମାଂସ ଠାରୁ ୧୦ ଗୁଣ ଅଧିକ ଲାଭ କାରୀ ଘିଅ ହୋଇଥାଏ । ତେଣୁ କରି ଏକ ସୁସ୍ଥ ଜୀବନ ପାଇଁ ଏହି ଖାଦ୍ୟ ଗୁଡିକର ବ୍ୟବହାର କରିବା ନିହାତି ଜରୁରୀ ।

ଏହା ସହ ପଢନ୍ତୁ: ୫୦ ବର୍ଷ ବୟସ୍କ ଲୋକେ ହୋଇଯାଆନ୍ତୁ ସାବଧାନ, ବୃଦ୍ଧକାଳରେ ଏହି ରୋଗ ବଢାଇପାରେ ଆପଣଙ୍କ ଚିନ୍ତା

୪. ଚାଣକ୍ୟ ଏକ ଶ୍ଳୋକ ମାଧ୍ୟମରେ ଏହା ମଧ୍ୟ କହିଛନ୍ତି ଯେ ଶାକ ଖାଇବା ଦ୍ୱାରା ଶରୀରରେ ରୋଗ ର ମାତ୍ରା ବଢିଥାଏ । ଦୁଧ ପିଇବା ଦ୍ୱାରା ଶରୀର ହୃଷ୍ଟପୁଷ୍ଟ ହୋଇଥାଏ । ଘିଅ ଖାଇବା ଦ୍ୱାରା ଶରୀରରେ ଅଧିକ ବୀର୍ଯ୍ୟ ଉତ୍ପନ୍ନ ହୋଇଥାଏ । ମାଂସ ଖାଇବା ଦ୍ୱାରା ଶରୀରରେ ମାଂସର ବୃଦ୍ଧି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.