ସକାଳୁ ଉଠିବା ମାତ୍ରକେ ହିଁ ହେଉଛି କି ଛିଙ୍କ, ତେବେ ଏହି ଉପାୟ ନିଶ୍ଚୟ ଆପଣଙ୍କୁ କରିବ ସାହାଯ୍ୟ

ତାପମାନରେ ପରିବର୍ତ୍ତନ କାରଣରୁ ଅନେକ ଲୋକ ସକାଳୁ ଜଲଦି ଉଠିଲେ ଲଗାତର ଛିଙ୍କ ଆସିଥାଏ। ସେହିଭଳି ଛିଙ୍କିବା ଆଲର୍ଜୀ ଠାରୁ ରକ୍ଷା ପାଇବା ପାଇଁ ସ୍ୱାଭାବିକ ପ୍ରକ୍ରିୟା ଅଟେ, ଏହାଦ୍ୱାରା ଶରୀରରେ ଥିବା ଆଲର୍ଜୀ କାରକ ବାହାରକୁ ବାହାରିଥାଏ। କିନ୍ତୁ ପ୍ରତିଦିନ ସକାଳୁ ୪ରୁ ୫ ଥର ଛିଙ୍କ ଆସିବା ସାଧାରଣ ନୁହେଁ। ଏହାସହିତ ନାକରୁ ପାଣି ବାହାରିବା, ଆଖି ଜଳିବା ଏବଂ ନାକ ବନ୍ଦ ହୋଇଯିବା ଭଳି ସମସ୍ୟା ମଧ୍ୟ ହୋଇଥାଏ। ଜାଣନ୍ତୁ କିଛି ଘରୋଇ ଉପାୟ।

ମେଥି ଦାନା

ଏକ କପ୍‌ ପାଣିରେ ୨-୩ ଚାମଚ ମେଥି ଦାନାକୁ ଫୁଟାନ୍ତୁ। ପାଣି ଅଧା ରଖି ଉଷୁମ ଉଷୁମ ପିଅନ୍ତୁ। ଏମିତି କଲେ ଏଥିରୁ ଉପଷମ ମିଳିଥାଏ।

ପାନ ପତ୍ର

୨-୩ ପାନ ପତ୍ରକୁ ପେଶି ରସ ବାହାର କରି ଅଧା ଚାମଚ ମହୁ ସହିତ ମିଶାଇ ପିଇବା ଦ୍ୱାରା କଫ, ଆଲାର୍ଜୀ ଏବଂ ଥଣ୍ଡା ରହିନଥାଏ।

ଖଟ୍ଟା ଫଳ

ଆଣ୍ଟିଅକ୍ସିଡେଣ୍ଟସରେ ଭରପୂର ଫଳ କମଳା, ଲେମ୍ବୁ, ଅଙ୍ଗୁର ଆଦି ଇମ୍ୟୁନିଟୀ ବଢ଼ାଇବାରେ ସାହାଯ୍ୟ କରିଥାଏ। ଏହା ଥଣ୍ଡା ଏବଂ ଆଲର୍ଜୀର କାରକ ଭଳି ବ୍ୟାକ୍ଟେରିଆ ସହିତ ଲଢ଼ିଥାଏ।

ପାନମଧୁରୀ

ଆଣ୍ଟିଅକ୍ସିଡେଣ୍ଟ ଯୁକ୍ତ ପାନମଧୁରୀକୁ ହର୍ବାଲ ରୂପରେ ନେପାରିବେ। ଏହାଦ୍ୱାରା ଆଲାର୍ଜୀ ସହିତ ଲଢ଼ିବାର କ୍ଷମତା ରହିଥାଏ।

ହଳଦୀ

ଆୟୁର୍ବେଦରେ ହଳଦୀର ଧୂଆଁ ଶୁଙ୍ଘିବା ପ୍ରକ୍ରୀୟାକୁ ହର୍ବାଲ ସ୍ମୋକିଂ କୁହାଯାଏ। ୧-୨ ଚାମଚ ପେଶା ହଳଦୀକୁ ଗରମ ତାଓ୍ଵାରେ ରଖି ଏଥିରୁ ବାହାରୁଥିବା ଧୂଆଁକୁ ସୁଙ୍ଘନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.